ଆଦାନିଙ୍କ ସମର୍ଥନରେ ବାହାରିଲେ ଆଇଏଏସ୍‌ ଅଫିସର ଫୈଜଲ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ୨୦୧୯ ମସିହାରେ ଚାକିରିରୁ ଇସ୍ତଫା ଦେଇ ପରେ ପୁଣି ଥରେ ଯୋଗ ଦେଇଥିବା ଆଇଏଏସ୍‌ ଅଫିସର ଶାହ ଫୈଜଲ ଉଦ୍ୟୋଗପତି ଗୌତମ ଆଦାନିଙ୍କ ସମର୍ଥନରେ ବାହାରିଛନ୍ତି। ଆଦାନି ଜଣେ ମହାନ ବ୍ୟକ୍ତି ଏବଂ ସେ ତାଙ୍କୁ ସମ୍ମାନ କରନ୍ତି। ବର୍ତ୍ତମାନ ଆଦାନି କଠିନ ସମୟ ଦେଇ ଗତି କରୁଥିବାରୁ ଫୈଜଲ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ଟ୍ବିଟରରେ ଫୈଜଲ ଏହି ବାର୍ତ୍ତା ପୋଷ୍ଟ କରିବା ପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଜମ୍ମୁ କାଶ୍ମୀରର ଫୈଜଲ ୨୦୧୦ ମସିହାରେ ଆଇଏଏସ୍‌ ଟପର ହୋଇଥିଲେ। କିନ୍ତୁ ୨୦୧୯ରେ ସେ ଚାକିରିରୁ ଇସ୍ତଫା ଦେଇ ନିଜର ରାଜନୈତିକ ଦଳ ଗଢ଼ିଥିଲେ। ତାହାର ନାମ ଜେ ଆଣ୍ଡ୍ କେ ପିପୁଲ୍ସ ମୁଭମେଣ୍ଟ ରଖିଥିଲେ। କିନ୍ତୁ ତାଙ୍କର ଇସ୍ତଫାକୁ ଗ୍ରହଣ କରାଯାଇ ନଥିଲା। ୨୦୨୨ରେ ସେ ପୁନର୍ବାର ଚାକିରିରେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରରେ ସେ ଡେପୁଟି ସେକ୍ରେଟାରି ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର