ଦିଲ୍ଲୀରେ ଆଇଏଏସ୍‌ ଅଧିକାରୀ ନିରୁଦ୍ଦିଷ୍ଟ: ସିସିଟିଭିରୁ ମଧ୍ୟ ଟେର୍‌ ପାଉ ନାହାନ୍ତି ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ଥିବା ନିଜ ବାସଭବନରୁ ବାହାରି ମର୍ଣ୍ଣିଂଓ୍ଵାକ୍‌ରେ ଯାଇଥିବା ଜଣେ ଆଇଏଏସ୍‌ ଅଫିସର୍‌ ନିଖୋଜ ହୋଇ ଯାଇଛନ୍ତି। ଇଣ୍ଡିଆନ୍‌ ସିଭିଲ୍‌ ଆକାଉଣ୍ଟ୍‌ ସର୍ଭିସେସ୍‌ର ଅଧିକାରୀ ଜିତେନ୍ଦ୍ର କୁମାର ଝା ଦ୍ୱାରକା ସେକ୍ଟର୍‌ ୯ରେ ଥିବା ଶିବାଲି ଆପାର୍ଟମେଣ୍ଟ୍‌ରେ ଥିବା ବାସଭବନରୁ ସୋମବାର ସକାଳେ ବାହାରି ଯାଇଥିଲେ ମଧ୍ୟ ଆଉ ଫେରି ନ ଥିଲେ।

ସେ ନ ଫେରିବାରୁ ତାଙ୍କ ପତ୍ନୀ ବିହାର ସୁପୌଲରେ ରହୁଥିବା ଶାଶୂ ଶ୍ୱଶୁରଙ୍କୁ ଫୋନ୍‌ କରିବାରୁ ସେମାନେ ଉଦ୍‌ବିଗ୍ନ ହୋଇ ପଡ଼ିଥିଲେ।
ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ ମଧ୍ୟ କୌଣସି ଟେର୍‌ ପାଇ ନାହିଁ। ଝା’ଙ୍କ ପତ୍ନୀ କହିବାନୁସାରେ, ଗତ କେତେ ଦିନ ହେବ ତାଙ୍କର ମିଜାଜ୍‌ ଭଲ ନ ଥିଲା। କିନ୍ତୁ, ଏହାର କାରଣ ସଂକ୍ରାନ୍ତରେ କୌଣସି କଥା ତାଙ୍କୁ ଜଣାଇ ନ ଥିଲେ। ପୂର୍ବରୁ ସେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ନିଯୁକ୍ତି ପାଇଥିଲେ। ପରେ ତାଙ୍କୁ ମାନବିକ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଅଣାଯାଇ ଥିଲା।

Image Courtesy of Magic Bricks

ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ନିଖୋଜ ଆଇଏଏସ୍‌ ଅଧିକାରୀଙ୍କ ସମ୍ପର୍କୀୟମାନେ ସନ୍ଦେହ କରୁଛନ୍ତି।

୨୦୦୬ରେ ବିବାହ କରିଥିବା ଶ୍ରୀ ଝା’ଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର