ବିଶାଖାପଟନମ୍: କରୋନାଭାଇରସ୍ ସଂକ୍ରମଣ ସଙ୍କଟ ସମୟରେ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରିଣୀ ୬ ମାସିଆ ମାତୃତ୍ବ ଛୁଟି ନ ନେଇ ପିଲା ଜନ୍ମ କରିବାର ମାସକ ପରେ ଆସି କାମରେ ଯୋଗ ଦେଇଛନ୍ତି।

Advertisment

ସମ୍ପ୍ରତି ଆନ୍ଧ୍ରପ୍ରଦେଶର ଗ୍ରେଟର୍ ବିଶାଖାପଟନମ୍ ମୁନିସପାଲ୍ କର୍ପୋରେସନର କମିସନର ଭାବେ କାର୍ଯ୍ୟରତ ସେ ଅଧିକାରିଣୀ ହେଉଛନ୍ତି ୨୦୧୩ ବ୍ୟାଚର ଆଇଏଏସ୍ ସୃଜନ ଗୁମ୍ମାଲ୍ଲା। ସପ୍ତାହେ ହେବ ସେ ଛୁଆକୁ ଧରି ଅଫିସ୍ ଆସୁଛନ୍ତି। ଅଫିସରେ କାମ କରିବା ବେଳେ ଛୁଆକୁ କୋଳରେ ଧରିଥିବା ତାଙ୍କ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।

ଟୁଇଟର୍ ବ୍ୟବହାରକାରୀ ଚିଗୁରୁ ପାର୍ଥନାଥ କୁମାର ଶ୍ରୀମତୀ ଗୁମ୍ମାଲ୍ଲାଙ୍କ ବିଷୟରେ ଉପରୋକ୍ତ ତଥ୍ୟ ସବୁ ଟୁଇଟ୍ କରି ‌ପୋଷ୍ଟ୍‌ କରିଛନ୍ତି। ଗୁମ୍ମାଲା ମଧ୍ୟ ଚିଗୁରୁଙ୍କ ଟୁଇଟର ଉତ୍ତର ଦେଇ ଲେଖିଛନ୍ତି ଯେ କର୍ମସ୍ଥଳୀରେ ଥିବା ବେଳେ ମଧ୍ୟ ଛୁଆଟି ଉପଯୁକ୍ତ ଯତ୍ନ ପାଇବ ବୋଲି ନିଶ୍ଚିତ ହେବା ପାଇଁ ସେ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛନ୍ତି। ତାଙ୍କ କଥା ଲେଖିଥିବାରୁ ସେ ଚିଗୁରୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।