ନୂଆଦିଲ୍ଲୀ: ଗତ ବର୍ଷ ରାଜଧାନୀ ଦିଲ୍ଲୀରେ ଘଟିଥିବା ଘଟଣାକୁ ନେଇ ବଡ଼ ବିବାଦ ହୋଇଥିଲା। ସାମ୍ନାକୁ ଆସିଥିଲା ଯେ, ଜଣେ ଆଇଏସ୍ ଦମ୍ପତି କିପରି ସେମାନଙ୍କ ପୋଷା କୁକୁରକୁ ବୁଲାଇବା ପାଇଁ ଷ୍ଟାଡିୟମ୍ ଖାଲି କରୁଥିଲେ। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର।
ଅରୁଣାଚଳ ପ୍ରଦେଶ ସରକାରରେ କାର୍ଯ୍ୟ କରୁଥିବା ଜଣେ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଏହି ଆଇଏଏସ୍ ଅଧିକାରୀଙ୍କ ନାମ ହେଉଛି ରିଙ୍କୁ ଦୁଗ୍ଗା। ସେ ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ୧୯୯୪ ବ୍ୟାଚର ଆଇଏଏସ୍ ଅଫିସର। ସେ ଅରୁଣାଚଳ ପ୍ରଦେଶରେ ସ୍ୱଦେଶୀ ବ୍ୟାପାରର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ। ହେଲେ ଏବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ତାଙ୍କ ସ୍ୱାମୀ ସଞ୍ଜୀବ ଖୀରବାର ମଧ୍ୟ ୧୯୯୪ବ୍ୟାଚ୍ ଆଇଏଏସ୍ ଅଧିକାରୀ। ତାଙ୍କର ପୋଷ୍ଟିଂ ଏବେ ଲଦାଖରେ ହୋଇଛି। ତେବେ ଦୁହିଁଙ୍କ ବିରୋଧରେ ଖେଳାଳି ଓ କୋଚ୍ମାନେ ଅଭିଯୋଗ କରିଥିଲେ ଯେ, ସେମାନେ ପୂର୍ବରୁ ଦିଲ୍ଲୀସ୍ଥିତ ସରକାରୀ ଚାଳିତ ତ୍ୟାଗରାଜ ଷ୍ଟାଡିୟମରେ ରାତି ୮.୩୦ ପର୍ଯ୍ୟନ୍ତ ଅଭ୍ୟାସ୍ କରୁଥିବା ବେଳେ ଏବେ ସେମାନଙ୍କୁ ୭ଟା ସୁଦ୍ଧା ପଡ଼ିଆ ଛାଡ଼ିବାକୁ କୁହାଯାଉଛି। ସେମାନେ ପଡ଼ିଆ ଛାଡ଼ିଲେ ଆଇଏଏସ୍ ଅଧିକାରୀ ତାଙ୍କ କୁକୁର ସହ ପଡ଼ିଆରେ ଚାଲିବେ। ଘଟଣାଟି ୨୦୨୨ରେ ଘଟିଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ସ-211.jpg)