ନିଜ ଶିଶୁକନ୍ୟାକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇ ବିରଳ ଉହାହାରଣ ସୃଷ୍ଟି କଲେ ଜିଲ୍ଲାପାଳ

ଭୋପାଳ (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଜିଲ୍ଲାପାଳ ପଙ୍କଜ ଜୈନ ତାଙ୍କର ଏକ କାର୍ଯ୍ୟକୁ ନେଇ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିବା ସହ ଅନ୍ୟମାନଙ୍କ ପାଇଁ ଏକ ବିରଳ ଉଦାହାରଣ ସୃଷ୍ଟି କରିଛନ୍ତି।

କଟନୀ ଜିଲ୍ଲାରେ ଛୋଟ ଛୋଟ ପିଲାଙ୍କ ପ୍ରି ସ୍କୁଲିଂ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଖେଳନା ଥାଇ ବହୁ ନାମୀଦାମୀ ପ୍ଲେ- ସ୍କୁଲ ରହିଥିଲେ ମଧ୍ୟ କଟନୀ ଜିଲ୍ଲାପାଳ ପଙ୍କଜ ଜୈନ ତାଙ୍କ ଛୋଟ ଶିଶୁ କନ୍ୟାକୁ ପ୍ରି- ସ୍କୁଲିଂ ପାଇଁ ତାକୁ କୌଣସି ନାମୀଦାମୀ ପ୍ଲେ- ସ୍କୁଲକୁ ନୁହେଁ ବରଂ ଗ୍ରାମୀଣ ସ୍ତରରେ ଉପଲବ୍ଧ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇଛନ୍ତି।

ଜିଲ୍ଲାପାଳ ପଙ୍କଜ ଜୈନଙ୍କ ଏହି କାର୍ଯ୍ୟ ସମଗ୍ର ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିଥିବା ବେଳେ; ଜିଲ୍ଲାପାଳ ଜୈନ୍‌ ଏସଂପର୍କରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସହରରେ ଉପଲବ୍ଧ ନାମୀଦାମୀ ପ୍ଲେ- ସ୍କୁଲ ଅପେକ୍ଷା ଗ୍ରାମୀଣ ସ୍ତରର ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁର ପ୍ରି- ସ୍କୁଲିଂ ପାଇଁ ଶତ ପ୍ରତିଶତ ଉନ୍ନତ ଓ ନିର୍ଭରଯୋଗ୍ୟ ଅନୁଷ୍ଠାନ। ଯେତେବେଳେ ଜିଲ୍ଲାର ସମସ୍ତ ଦାୟିତ୍ୱସଂପନ୍ନ ସରକାରୀ ପଦାଧିକାରୀ ଏହି ସତ୍ୟକୁ ଉପଲବ୍ଧ କରି ସେମାନଙ୍କ ସନ୍ତାନମାନଙ୍କୁ ପ୍ରି- ସ୍କୁଲିଂ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇବେ ସେତେବେଳେ ଏହାର ବ୍ୟବସ୍ଥା ଓ ଅବସ୍ଥାରେ ଆପେ ଆପେ ବହୁ ଉନ୍ନତି ଆସିଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଜୈନ୍‌।

ଏ ଘଟଣା ଜାଣିବା ପରେ ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଜିଲ୍ଲାପାଳ ପଙ୍କଜ ଜୈନ୍‌ଙ୍କ ନିକଟକୁ ଏକ ପତ୍ର ଲେଖି ତାଙ୍କର ଏ ପ୍ରକାର ନିଷ୍ପତ୍ତିର ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଏକ ଉଦାହାରଣ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର