୧୮,୦୦୦ ଟଙ୍କାରେ ପୁଅ ବାହାଘର କରି‌ବେ ଆଇଏଏସ୍‌ ଅଫିସର

ବିଶାଖାପାଟନମ୍‌ : ଥିଲା ବାଲା ହୁଅନ୍ତୁ କି ନଥିଲା ବାଲା ବିବାହ ଉତ୍ସବରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ ଆନ୍ଧ୍ରପ୍ର‌‌ଦେଶର ଜଣେ ଆଇଏଏସ୍‌ ଅଧିକାରୀ ନିଜ ପୁଅ ବାହାଘର ପାଇଁ ଏତେ କମ୍‌ ଟଙ୍କା ଖର୍ଚ୍ଚ କରିବାପାଇଁ ଧାର୍ଯ୍ୟ କରିଛନ୍ତି ‌ଯେ ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। କମିସନର ପି ବସନ୍ତ କୁମାରଙ୍କ ପୁଅ ବାହାଘର ଆସନ୍ତା ୧୦ ତାରିଖରେ ଥିବାବେଳେ ସେ  ତାଙ୍କ ପୁଅ ବାହାଘର ପାଇଁ ମାତ୍ର ୧୮,୦୦୦ ଟଙ୍କା ଖର୍ଚ୍ଚ କରିବାପାଇଁ ଧାର୍ଯ୍ୟ କରିଛନ୍ତି। ଅତିଥିମାନଙ୍କୁ ଖାଇବାକୁ ଦେବା ସହ ଉଭୟ ବର ଏବଂ କନ୍ୟା ପକ୍ଷ ପ୍ରତ୍ୟେକ ୧୮,୦୦୦ ଟଙ୍କା ଖର୍ଚ୍ଚ କରିବେ। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟପାଳ ଇଏସଏଲ୍ ନରସିଂହନ୍‌ ଏହି ଦମ୍ପତିଙ୍କୁ ଆଶୀର୍ବାଦ କରିବେ। ଉଲ୍ଲେଖଯୋଗ୍ୟ ଗତ ୨୦୧୭ରେ ମଧ୍ୟ ବସନ୍ତ କୁମାର ତାଙ୍କ ଝିଅ ବାହାଘର ସମୟରେ ଅତି ସାଦାସିଧା ଭାବେ ମାତ୍ର ୧୬,୧୦୦ ଟଙ୍କା ଖର୍ଚ୍ଚ କରିଥିଲେ।

ସମ୍ବନ୍ଧିତ ଖବର