ନୂଆଦିଲ୍ଲୀ : ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଖେଳାଳିଙ୍କୁ ବିଦା କରି ନିଜ କୁକୁର ବୁଲାଉଥିବା ଆଇଏଏସ ଅଧିକାରୀ ସଂଜୀବ ଖିରଓ୍ବାରଙ୍କୁ ଲଦାଖ ବଦଳି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହା ସହିତ ତାଙ୍କ ପତ୍ନୀ ରିଙ୍କୁ ଡୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଛି । ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଦିଲ୍ଲୀସ୍ଥିତ ସରକାରୀ ଚାଳିତ ତ୍ୟାଗରାଜ ଷ୍ଟାଡିୟମ୍କୁ ନେଇ ଗତ କିଛି ମାସ ହେବ ଖେଳାଳି ଓ କୋଚ୍ମାନେ ଅଭିଯୋଗ କରି ଆସୁଥିବା ବେଳେ ଏବେ ସେହି ଅଭିଯୋଗ ପଛର ସତ୍ୟତା ଜଣାପଡ଼ିଛି । ଅଭିଯୋଗ ଆସୁଥିଲା କି ସେମାନେ ପୂର୍ବରୁ ଷ୍ଟାଡିୟମ୍ରେ ରାତି ୮.୩୦ ପର୍ୟ୍ୟନ୍ତ ଅଭ୍ୟାସ୍ କରୁଥିବା ବେଳେ ଏବେ ସେମାନଙ୍କୁ ୭ଟା ସୁଦ୍ଧା ପଡ଼ିଆ ଛାଡ଼ିବାକୁ କୁହାଯାଉଛି । ସେମାନେ ପଡ଼ିଆ ଛାଡ଼ିଲେ ଆଇଏଏସ୍ ଅଧିକାରୀ ତାଙ୍କ କୁକୁର ସହ ପଡ଼ିଆରେ ୱାକ୍ କରିବେ। ଖେଳାଳି ଓ କୋଚ୍ଙ୍କର ଏପରି ଅଭିଯୋଗକୁ ଏଡ଼ାଇ ଦେଇଥିଲେ ଆଇଏଏସ୍ ଅଧିକାରୀ ସଂଜୀବ ଖିର୍ୱାର୍ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/thyagraj-stadium-1653546742.jpg)
