ନୂଆଦିଲ୍ଲୀ: କଥାରେ ଅଛି କଠିନ ପରିଶ୍ରମର ଫଳ କେବେ ବୃଥା ଯାଏ ନାହିଁ। ଏହାର ଏକ ଉଦାହରଣ ହେଉଛି ଆଇଏଏସ୍ ଅଧିକାରୀ ରମେଶ ଘୋଲପ ।
ଆଇଏଏସ୍ ଅଧିକାରୀ ରମେଶ ଘୋଲପଙ୍କ ବ୍ୟକ୍ତିଗତ ଜୀବନ ଖୁବ ସଂଘର୍ଷମୟ ରହିଛି। ପିଲାଦିନରେ ସେ ପୋଲିଓର ଶିକାର ହୋଇଥିଲେ। ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥିଲା। ତେଣୁ ମା’ ଘରଘର ବୁଲି ଚୁଡ଼ି ବିକ୍ରି କରିବା ଆରମ୍ଭ କରିଥିଲେ। ମା’ଙ୍କ କଷ୍ଟ ଦେଖି ରମେଶ ବି ଘରଘର ବୁଲି ଚୁଡ଼ି ବିକ୍ରି କରୁଥିଲେ।
ରମେଶ କହନ୍ତି, ‘ ଆର୍ଥିକ ସଙ୍କଟ ମଧ୍ୟରେ ବହୁତ କଷ୍ଟରେ ଟଙ୍କା ଯୋଗାଡ଼ି ଦ୍ବାଦଶଶ୍ରେଣୀ ପାସ କରିବା ପରେ ଡିପ୍ଲୋମା ପଢ଼ିବା ପାଇଁ ନାମ ଲେଖାଇଥିଲି। ଏହାପରେ ପିଲାଙ୍କୁ ପଠାପଢ଼ାଇବା ଆରମ୍ଭ କରିଥିଲି। ଏହାରି ଭିତରେ ମୁଁ ବିଏ ଡିଗ୍ରି ପ୍ରାପ୍ତ କରି ଦେଇଥିଲି।
ଏହାପରେ ମୁଁ ଜଣେ ଭଦ୍ର ବ୍ୟକ୍ତିଙ୍କ ପରାମର୍ଶକ୍ରମେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସ୍ଥିର କରିଥିଲା। ୨୦୧୦ରେ ପ୍ରଥମଥର ପାଇଁ ୟୁପିଏସସି ପରୀକ୍ଷା ଦେଇଥିଲି କିନ୍ତୁ ଅସଫଳ ହୋଇଯାଇଥିଲି।
ମୋର ପାଠପଢ଼ା ପ୍ରତି ରୁଚି ଦେଖି ମା’ ଗାଁ ଲୋକଙ୍କ ଠାରୁ ଟଙ୍କା ଏକାଠି କରି ମୋତେ ଅଧିକ ପଢ଼ାପଢ଼ା ପାଇଁ ପୁନେ ପଠାଇ ଦେଇଥିଲା। ୨୦୧୨ରେ ମୁଁ ସିଭିଲ ସର୍ଭିସେସ୍ ପରୀକ୍ଷାରେ ୨୮୭ତମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲି। ମା’ର ସଫଳତା ଦେଖି ମା’ ତାର ଜୀବନରେ କରିଥିବା ସମସ୍ତ କଷ୍ଟକୁ ଭୁଲି ଯାଇଥିଲା।’