ଶ୍ରୀନଗର: ଗତ ୨୦୧୦ ମସିହାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପରୀକ୍ଷାରେ ଟପ୍‌ କରିଥିବା ଶାହ ଫୈଜଲ ନିଜର ଆଇଏଏସ୍‌ ଚାକିରିରୁ ଇସ୍ତଫା ଦେଇ ଚଳିତବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଶାହ ଫୈଜଲ  ଜମ୍ମୁ-କଶ୍ମୀରର ପ୍ରମୁଖ ରାଜନୈତିକ ଦଳ ନ୍ୟାସନାଲ୍ କନଫରେନ୍ସରେ ଯୋଗ ଦେଇ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି ।

Advertisment

ଶାହା ଫୈଜଲ ହେଉଛନ୍ତି ଜମ୍ମୁ-କଶ୍ମୀର ଏକମାତ୍ର ଆଇଏଏସ୍‌ ଅଫିସର୍‌, ଯିଏକି ୟୁନିୟନ ପବ୍ଲିକ୍‌ ସର୍ଭିସ କମିସନ (ୟୁପିଏସସି) ପରୀକ୍ଷାରେ ଟପ୍ପର ହୋଇଥିଲେ। ସେ ନିକଟରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଥିଲେ। ମାତ୍ର ସ୍ୱେଚ୍ଛାକୃତ ଅବସର ପାଇଁ ଲାଗିବାକୁ ଥିବା ପ୍ରକ୍ରିୟା ବିଳମ୍ବ ହେବାରୁ ସେ ନଜ ଆଡୁ ଇସ୍ତଫା ଦେଇଛନ୍ତି।

publive-image

ଆଇଏସ୍‌ ଚାକିରି ପାଇବା ପରେ ଫୈଜଲ କଶ୍ମୀର ଉପତ୍ୟାକାରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ଇସ୍ତଫା ପତ୍ର ଗ୍ରହଣ ହେବା ପରେ ସେ ନ୍ୟାସନାଲ୍ କନଫରେନ୍ସରେ ଯୋଗ ଦେଇ ପାରିବେ। ତେବେ, ସେ ଆସନ୍ତା ଲୋକସଭା ନିର୍ବାଚନରେ ବାରମୁଲା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି।