ନୂଆଦିଲ୍ଲୀ: ରାତି ପାହିଲେ ‘ପ୍ରେମଦିବସ’। ଏଥିପାଇଁ ପ୍ରେମୀଯୁଗଳମାନେ ନିଜନିଜ ସାଥୀଙ୍କୁ ଉପହାର ଦେବା ପାଇଁ ପ୍ରସ୍ତୁତି ବି କରି ସାରିଲେଣି। ଏଭଳି ସମୟରେ ଅନେକ ଟେଲି ଚାନେଲ ପ୍ରେମବିବାହ କରିଥିବା ଦମ୍ପତିଙ୍କ ସହିତ ସାକ୍ଷାତକାର କରି ସେମାନଙ୍କ ପ୍ରେମକାହାଣୀ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି।
ଏହି କ୍ରମରେ ଆଇଏଏସ ତୁଷାର ସିଙ୍ଗଲା ଓ ଆଇପିଏସ ନବଜୋତ ସିମିଙ୍କ ପ୍ରେମ ବିବାହ ବି ଚର୍ଚ୍ଚାକୁ ଆସିଥିଲା। ଦୁହିଁଙ୍କ ବିବାହ ୨୦୨୦ ଫେବ୍ରୁଆରି ୧୪ ତାରିଖରେ ‘ପ୍ରେମଦିବସ’ରେ ହୋଇଥିଲା।
ଆଇଏସ ଓ ଆଇପିଏସ ଏକବର୍ଷ ଡେଟ କରିବା ପରେ ତୁଷାର ଓ ନବଜୋତ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଏସମ୍ପର୍କରେ ପରିବାରଲୋକଙ୍କୁ ଜଣାଇବା ପରେ ଦୁହେଁ ପ୍ରଥମେ ମା’ କାଳିଙ୍କ ମନ୍ଦିରରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ଏହାପରେ ୨୦୨୦ ଫେବ୍ରୁଆରି ୧୪ ତାରିଖରେ କାର୍ଯ୍ୟାଳୟରେ ପହଞ୍ଚି କୋର୍ଟ ମ୍ୟାରେଜ କରିଥିଲେ।
ଆଇଏଏସ ତୁଷାରଙ୍କ କହିବାନୁସାରେ,‘ ମୁଁ ପଶ୍ଚିମବଙ୍ଗରେ ନିୟୋଜିତ ଥିବା ବେଳେ ଖବର ମିଳିଥିଲା କି ନବଜୋତ ସିମି ନାମକ ଆଇପିଏସଙ୍କ ପଞ୍ଜାବକୁ ପୋଷ୍ଟିଂ ହୋଇଛି। ଆମେ ଦୁଇଜଣ ପଞ୍ଜାବର ଥିବାରୁ ସାଧାରଣ ଭାବେ ଭେଟାଭେଟି ହୋଇ ଯାଇଥିଲା। ଏହାପରେ ଆମ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା ବିଭିନ୍ନ ଘଟଣା ଦୁର୍ଘଟଣାକୁ ନେଇ କଥାବାର୍ତ୍ତା ହୋଇଥିଲି।
ଏହି ସମୟରେ ପରସ୍ପରକୁ ଆମେ ଚିହ୍ନିଲୁ, ଉଭୟଙ୍କ କ’ଣ ପସନ୍ଦ କ’ଣ ପସନ୍ଦ ନୁହେଁ ଜାଣିଲୁ। ତା’ପରେ ସାଥୀ ହୋଇ ବାଟ ଚାଲିବାକୁ ସ୍ଥିର କରିବାରୁ ଆମ ଆମ ସମ୍ପର୍କ ବିଷୟରେ ଘରେ ଜଣାଇଥିଲୁ। ଘର ଲୋକଙ୍କ ସହମତିରେ ଆମେ ବିବାହ କରିଥିଲୁ।’