‘ତୁମ ପୁଅକୁ ସମ୍ଭାଳିପାରୁନି’ କହି ଆତ୍ମହତ୍ୟା କଲେ ଆଇଏଏସ ଅଧିକାରୀଙ୍କ ପତ୍ନୀ

ପାଟନା: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନାଗେନ୍ଦ୍ର ନାରାୟଣ ସିଂଙ୍କ ପତ୍ନୀ ନୀତା ସିଂ (୫୨) ପୁଅ ସହିତ ଝଗଡା କରିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବିହାରର ପାଟନାର ଶାସ୍ତ୍ରୀ ନଗର ଥାନା ଅନ୍ତର୍ଗତ ଆଶିଆନା-ଦିଘା ରୋଡରେ ଥିବା ଥ୍ରୀ ପାମ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଏକ ରାଜନୈତିକ ଦଳ ସହ ଜଡିତ ହେବା ସହିତ ନୀତା ଏକ ସାମାଜିକ ସଂଗଠନକୁ ମଧ୍ୟ ପରିଚାଳନା କରୁଥିଲେ | ଆତ୍ମହତ୍ୟା ଖବର ପାଇବା ମାତ୍ରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଘରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ।

ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ନୀତା ଏବଂ ତାଙ୍କ ପୁଅ ପ୍ରିନ୍ସଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ବିବାଦ ସମୟରେ ପ୍ରିନ୍ସ ଆତ୍ମହତ୍ୟା କରିବା ବିଷୟରେ କହିଥିଲେ। ଏହା ପରେ ପ୍ରିନ୍ସ ରାଗିଯାଇ ଛାତ ଉପରକୁ ପଳାଇଥିଲେ | ଆଉ ମାନସିକ ସନ୍ତୁଳନ ହରାଇ ନୀତା ନିଜ ଓଢଣିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ | ଘଟଣା ପୂର୍ବରୁ ନୀତା ତାଙ୍କ ସ୍ୱାମୀଙ୍କୁ ଏକ ଭିଡିଓ କଲ କରି ଆତ୍ମହତ୍ୟା କରିବେ ବୋଲି କହିଥିଲେ।

ନୀତା ତାଙ୍କ ସ୍ୱାମୀଙ୍କ ନିକଟରେ ପୁଅ ବିଷୟରେ ଅଭିଯୋଗ କରିଥିଲେ ଏବଂ କହିଥିଲେ- ‘ତୁମ ପୁଅକୁ ମୁଁ ସମ୍ଭାଳିପାରୁନାହିଁ’ | ଏସବୁ ଦେଖି ନାଗେନ୍ଦ୍ର ନାରାୟଣ ଭୟଭୀତ ହୋଇ ନୀତାଙ୍କୁ ଏହା ନକରିବାକୁ କହିଥିଲେ | ଯେତେବେଳେ ନାଗେନ୍ଦ୍ର ନାରାୟଣ ଆପାର୍ଟମେଣ୍ଟର ଫ୍ଲାଟରେ ପହଞ୍ଚିଲେ, ନୀତାଙ୍କ ମୃତଦେହ ଏକ କୋଠରୀରେ ଝୁଲୁଥିବା ଦେଖିବାକୁ ପାଇଥିଲେ |

ସମ୍ବନ୍ଧିତ ଖବର