ନୂଆଦିଲ୍ଲୀ: ଆଇଏଏସ ଓ ଆଇପିଏସଙ୍କ ବିବାହ ହେବା ନୂଆ କଥା ନୁହେଁ। ଆଇଏଏସ ଓ ଆଇପିଏସ ଯୋଡ଼ିଙ୍କ ବିବାହ ହୋଇଥିବା ଖବର ପୂର୍ବରୁ ଆମେ ପାଇଛେ। ଏହି କ୍ରମରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ଅଧିକାରୀ ଯୁବରାଜ ମରମଟଙ୍କୁ ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ପି  ମୋନିକା ବିବାହ କରିଛନ୍ତି। ଆଇଏଏସ ଓ ଆଇପିଏସଙ୍କ ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।

Advertisment

ଆପଣ ଭାବୁଥାଇ ପାରନ୍ତି ଆଇଏଏସ ଅଧିକାରୀ ଯୁବରାଜ ମରମଟ ଓ ଆଇପିଏସ ଅଧିକାରୀ ପି .ମୋନିକା ଏତେ ବଡ଼ ପଦରେ ଥିବା ହେତୁ ବିବ‌ାହ ଧୁମଧାମରେ ହୋଇଥିବ। କିନ୍ତୁ ଦୁହିଁଙ୍କ ବିବାହରେ କୌଣସି ଆଡମ୍ବର ଦେଖିବାକୁ ମିଳି ନଥିଲା। ଯୁବରାଜ ମରମଟ ଓ ପି .ମୋନିକାଙ୍କ ବିବାହ ଅତି ସାଧାରଣ ଭାବେ ହୋଇଥିଲା।

ଯୁବରାଜ ଓ ମୋନିକାଙ୍କ ବିବାହରେ ମାତ୍ର ୨୦୦୦ଟଙ୍କା ଖର୍ଚ୍ଚ ହୋଇଥିଲା। ଦୁହେଁ କୋର୍ଟ ମ୍ୟାରେଜ କରିଥିବା ସୂଚନା ରହିଛି। ଦୁହେଁ ହଠାତ ଏଭଳି କାହିଁକି ବିବାହ କଲେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ଦେଇ ନଥିଲେ। ଆଇଏଏସ ଓ ଆଇପିଏସଙ୍କ ବିବାହ ପରେ ଜିଲ୍ଲାପାଳଙ୍କ ସମେତ ଅନେକ ଅଧିକାରୀ ଯୁବରାଜ ମରକଟ ଓ ପି.ମୋନିକାଙ୍କ ବୈବାହିକ ଜୀବନକୁ ‌ନେଇ ଶୁଭକାମନା ଜଣାଇଛନ୍ତି।

୨୦୨୧ ମସିହାରେ ୟୁପିଏସସିରେ ଚୟନ ହେବା ପୂର୍ବରୁ ଯୁବରାଜ ମରକଟଙ୍କ ଆଇଆଇଟି ବିଏଚୟୁରେ ଚୟନ ହୋଇଯାଇଥିଲା। ସେହିପରି ଆଇପିଏସ ଅଧିକାରୀ ପି.ମୋନିକା ପ୍ୟାଥଲୋଜିର କୋର୍ସ ପୂରା କରିସାରିଥିବା ବେଳେ ତ‌ାଙ୍କର ଫିଟନେସ, ଖେଳ ଓ ବିୟୁଟି ଫ୍ୟାସନ ଆଦିରେ ରୁଚି ରହିଛି।