ନୂଆଦିଲ୍ଲୀ: ବୁଦ୍ଧପୂର୍ଣ୍ଣିମା ଅବସରରେ ପଶ୍ଚିମବଙ୍ଗ କିଂବା ବାଂଲାଦେଶରେ ଜମାତ୍‌-ଉଲ୍‌-ମୁଜାହିଦୀନ୍‌ ବାଂଲାଦେଶ (ଜେଏମ୍‌ବି) କିଂବା ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌ଆଇଏସ୍‌) ଫିଦାୟୀନ୍‌ ଆକ୍ରମଣ କରିପାରେ ବୋଲି କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଚେତାବନୀ ଦେଇଛି।

Advertisment

ସତର୍କ ସୂଚନାରେ କୁହାଯାଇଛି ଯେ ଅବିଭକ୍ତ ବଙ୍ଗରେ (ପଶ୍ଚିମବଙ୍ଗ ଓ ପୂର୍ବବଙ୍ଗ) ଆକ୍ରମଣ କରିବା ପାଇଁ ଜଣେ ଅନ୍ତଃସତ୍ତ୍ୱା ମହିଳା ବେଶରେ ଫିଦାୟୀନ୍‌ ହିନ୍ଦୁ କିଂବା ବୌଦ୍ଧ ମନ୍ଦିରରେ ପ୍ରବେଶ କରି ପାରନ୍ତି।

କେନ୍ଦ୍ର ସରକାର ଶୁକ୍ରବାର ଅପରାହ୍ଣରେ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ସୂଚନା ଦେଇଛି। ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ପ୍ରକାର ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି।

ସୂଚନା ଆଧାରରେ ପଶ୍ଚିମବଙ୍ଗ ପୁଲିସ ରାଜ୍ୟରେ ଥିବା ସମସ୍ତ ହିନ୍ଦୁ ଓ ବୌଦ୍ଧ ଦେବାଳୟରେ କଠୋର ସୁରକ୍ଷା ବ୍ୟବସ୍ଥା କରିଛି।

ଦୁଇ ସପ୍ତାହ ତଳେ ବଙ୍ଗରେ ଆଇଏସ୍‌ଆଇଏସ୍‌କୁ ସମର୍ଥନ ଦେଉଥିବା ଟେଲିଗ୍ରାମ୍‌ ଚାନେଲ୍‌ଗୁଡ଼ିକ ବଙ୍ଗରେ ଆକ୍ରମଣ କରାଯିବାକୁ ଧମକ ଥିବା ଏକ ବାର୍ତ୍ତା ରିଲିଜ୍‌ କରିଥିଲେ।