ହ୍ୟାକ୍‌ ହେବାର କିଛି ସମୟ ପରେ ନିୟନ୍ତ୍ରଣକୁ ଆସିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟୁଇଟର୍‌ ଆକାଉଣ୍ଟ୍‌

ନୂଆଦିଲ୍ଲୀ: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଟୁଇଟର୍‌ ଆକାଉଣ୍ଟ୍‌ କିଛି ସମୟ ପାଇଁ ହ୍ୟାକ୍‌‌ ହେବା ପରେ ପୁନଶ୍ଚ ମନ୍ତ୍ରାଳୟ ନିୟନ୍ତ୍ରଣକୁ ଆସିଛି। ହ୍ୟାକ୍‌ କରିବା ପରେ ହ୍ୟାକର୍‌ମାନେ ଉକ୍ତ ଆକାଉଣ୍ଟ୍‌କୁ ‘ଏଲନ୍‌ ମସ୍କ୍‌’ ଭାବେ ପୁନଃ ନାମିତ କରି ‘ଗ୍ରେଟ୍‌ ଜବ୍’ ବା ବଡ଼ ଚାକିରି ବୋଲି ଟୁଇଟ୍‌ କରିବା ଆରମ୍ଭ କରି ଦେଇଥିଲେ।

କିଛି ସମୟ ପରେ ମନ୍ତ୍ରାଳୟ ଉକ୍ତ ଟୁଇଟର୍‌ ଆକାଉଣ୍ଟ୍‌କୁ ନିୟନ୍ତ୍ରଣକୁ ଆଣି ‘ପ୍ରୋଫାଇଲ୍‌ ପିକ୍‌ଚର୍‌’ ରିଷ୍ଟୋର୍‌ କରିବା ସହ ହ୍ୟାକର୍‌ମାନେ ଟୁଇଟ୍‌ କରିଥିବା ପୋଷ୍ଟ୍‌ଗୁଡ଼ିକୁ ଡିଲିଟ୍‌ କରିଥିଲେ। ଏସଂକ୍ରାନ୍ତ୍ରରେ ଟୁଇଟ୍‌ କରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଲେଖିଛି। ଏଥିରେ ହ୍ୟାକର୍‌ମାନେ କେତେକ ହାନିକାରକ ଲିଙ୍କ୍‌ ମଧ୍ୟ ପୋଷ୍ଟ୍‌ କରିଥିଲେ।

Image Courtesy of Business Today

ଠିକ୍‌ ମାସେ ତଳେ ଅର୍ଥାତ୍‌ ୨୦୨୧ ଡିସେମ୍ବର ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଟୁଇଟର୍‌ ହ୍ୟାଣ୍ଡେଲ୍‌ ମଧ୍ୟ ସ୍ବଳ୍ପ ସମୟ ପାଇଁ ହ୍ୟାକ୍‌‌ ହୋଇଯାଇଥିଲା। ନିୟନ୍ତ୍ରଣକୁ ଅଣାଯିବା ପୂର୍ବରୁ ଉକ୍ତ ଆକାଉଣ୍ଟ୍‌ରେ ‘କ୍ରିପ୍ଟୋକରେନ୍ସି’ ପ୍ରସାର ସମ୍ବନ୍ଧୟ ସୂଚନା ସେୟାର୍‌ ହୋଇସାରିଥିଲା।

ଚଳିତ ଜାନୁଆରି ୩ ତାରିଖରେ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ୱାର୍ଲଡ ଆଫେୟାର୍ସ’, ‘ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ ଏବଂ ‘ମାନ୍‌ ଦେଶୀ ମହିଳା ବ୍ୟାଙ୍କ୍‌ର ଟୁଇଟର୍‌ ଆକାଉଣ୍ଟ୍‌ ମଧ୍ୟ ହ୍ୟାକ୍‌ ହୋଇଥିଲା। ହ୍ୟାକର୍‌ମାନେ ଉପରୋକ୍ତ ହ୍ୟାଣ୍ଡେଲ୍‌କୁ ‘ଏଲନ୍ ମସ୍କ୍‌’ ଭାବେ ପୁନଃ ନାମିତ କରିଥିଲେ।

ସମ୍ବନ୍ଧିତ ଖବର