ଆଇବି ଅଧିକାରୀଙ୍କ ପରିବାର ସଦସ୍ୟଙ୍କ ପାଇଁ କୋଟିଏ ଟଙ୍କାର କ୍ଷତିପୂରଣ ଘୋଷଣା

ib officer dead delhiନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ପ୍ରାଣ ହରାଇଥିବା ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ପରିବାର ସଦସ୍ୟଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ୧ କୋଟି ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାବାଦ୍‌ ଅଙ୍କିତ ଶର୍ମାଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ସରକାରୀ ଚାକିରି ଦିଆଯିବ ବୋଲି କେଜ୍ରିୱାଲ୍‌ କହିଛନ୍ତି। ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ଏକ ନାଳରୁ ମିଳିଥିଲା। ତାଙ୍କ ମୃତ୍ୟୁ ପଛରେ ଆପ୍‌ ନେତା ତାହିର ହୁସେନ୍‌ର ହାତ ଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ପୂର୍ବରୁ ଦିଲ୍ଲୀ ସରକାର ହିଂସା ସମୟରେ ପ୍ରାଣ ହରାଇଥିବା ମୁଖ୍ୟ କନେଷ୍ଟବଳ ରତନ ଲାଲ୍‌ଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ଏହାବାଦ୍‌ ଦିଲ୍ଲୀ ହିଂସାରେ ପ୍ରାଣ ହରାଇଥିବା ଅନ୍ୟ ସଦସ୍ୟଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଯେଉଁମାନେ ଅତ୍ୟନ୍ତ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ପାଇଁ ୫୦,୦୦୦ କ୍ଷତିପୂରଣ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର