ଭାରତରେ ରୋଜଗାର ସୁଯୋଗ ଅଛି, ଦକ୍ଷତା ସଂପନ୍ନ ଲୋକ ସଂଖ୍ୟା କମ୍‌ ଅଛନ୍ତି: ଆଇବିଏମ୍‌ ମୁଖ୍ୟ

ମୁମ୍ବାଇ: ବିଶ୍ୱର ଜଣାଶୁଣା ପ୍ରଯୁକ୍ତିବିଦ୍ୟା କମ୍ପାନି ‘ଆଇବିଏମ୍‌’ର ମୁଖ୍ୟ ଗିନ୍ନୀ ରୋମେଟୀ କହିଛନ୍ତି, ଭାରତୀୟ ଯୁବକଙ୍କ ପାଖରେ ଦକ୍ଷତା କମ୍‌ ରହିଛି, ଯେଉଁଥି ଲାଗି ଚାକିରୀ ମିଳୁ ନାହିଁ। ଅନ୍ୟପକ୍ଷରେ ଏଠାରେ ନୂତନ ଯୁଗର ରୋଜଗାର ସୁଯୋଗ ଅଛି। ଡିଗ୍ରି ଅପେକ୍ଷା ଜ୍ଞାନର ପ୍ରୟୋଗକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୋଟ୍‌ ୧୮୦ ମିଲିୟନ ଡଲାର ଘରୋଇ ସଫ୍ଟେଓ୍ଵର ଉଦ୍ୟୋଗରେ ପ୍ରତକ୍ଷ୍ୟ ଭାବେ ୪୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିଛି।

ଆଇବିଏମ୍‌ ଅଧ୍ୟକ୍ଷ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ରୋମେଟୀ କହିଛନ୍ତି, ରୋଜଗାର କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଆଜିର ଦିନରେ ଏକ ବଡ଼ ସମସ୍ୟା ପାଲଟିଛି। କମ୍ପାନି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୋମଟୀ ବୁଧବାର କହିଛନ୍ତି, ଭାରତରେ ମଧ୍ୟ ଏହା ପ୍ରସଙ୍ଗ ପାଲଟିଛି। ରୋଜଗାର ସୃଷ୍ଟି ହେଉଛି କିନ୍ତୁ ଏଥି ପାଇଁ ଦକ୍ଷତାସଂପନ୍ନ ବ୍ୟକ୍ତି ମିଳୁ ନାହାନ୍ତି।

ରୋମେଟି କହିଛନ୍ତି, ଆପଣଙ୍କୁ ଭରସା କରିବାକୁ ହେବ ଯେ, ଡିଗ୍ରି ତୁଳନାରେ ଦକ୍ଷତାର ଅଧିକ ଆବଶ୍ୟକତା ଅଛି। ଇଂଞ୍ଜିନିୟରିଂ ଛାତ୍ରଙ୍କୁ ରୋଜଗାର ନମିଳିବା ଯୋଗୁଁ ବେକାରୀ ବୁଲୁଥିବା ବେଳେ ରୋମେଟୀ ଏହା କହିଛନ୍ତି। ଯଦି ସେମାନଙ୍କୁ ଆରମ୍ଭରୁ ଚାକିରୀ ମିଳୁଛି ତଥାପି, ସେମାନେ ବହୁତ କମ ପରିଶ୍ରମ କରୁଛନ୍ତି।

ସମ୍ବନ୍ଧିତ ଖବର