ଭାରତରେ ଆକ୍ରମଣ ପାଇଁ ଦାଉଦ ଇବ୍ରାହିମର ସ୍ବତନ୍ତ୍ର ୟୁନିଟ୍‌: ହିଟ୍‌ ଲିଷ୍ଟରେ ଅନେକ ନେତା, ବ୍ୟବସାୟୀ

ମୁମ୍ବାଇ: ଭାରତୀୟ ଗୁଇନ୍ଦା ସଂସ୍ଥା (ଏନ୍‌ଆଇଏ) ଦାଉଦ ଇବ୍ରାହିମ ନାମରେ ରୁଜୁ କରିଥିବା ଏତଲା ଅନୁସାରେ ଉକ୍ତ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଭାରତକୁ ଟାର୍ଗେଟ କରିବା ପାଇଁ ଏକ ସ୍ବତନ୍ତ୍ର ୟୁନିଟ ଗଠନ କରିଛି। ଭାରତର ଅନେକ ରାଜନେତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ତା’ର ହିଟ୍‌ ଲିଷ୍ଟରେ ରହିଛନ୍ତି। ଏଫ୍‌ଆଇଆର୍ ଅନୁସାରେ ଦାଉଦ ଓ ତା’ର ସ୍ବତନ୍ତ୍ର ୟୁନିଟ ବିଭିନ୍ନ ବିସ୍ଫୋରକ ଓ ମାରାତ୍ମକ ଅସ୍ତ୍ର ସାହାଯ୍ୟରେ ଭାରତର ନାନା ସ୍ଥାନରେ ଆକ୍ରମଣ କରିବାକୁ ମସୁଧା କରୁଛନ୍ତି। ସେମାନଙ୍କର ଫୋକସ ସ୍ଥାନ ଭିତରେ ରହିଛି ଦିଲ୍ଲୀ ଓ ମୁମ୍ବାଇ। ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଉଦ ଓ ତା’ର ସହଯୋଗୀମାନଙ୍କ ବିରୋଧରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରିବା ସହ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଅର୍ଥ ଯୋଗାଉଥିବା କହିଛି। ଏ ବାବଦରେ ଇଡି ଦାଉଦର ଭାଇ ଇକବାଲ କାସ୍କର, ତା’ର ସହଯୋଗୀ ଓ ଗ୍ୟାଙ୍ଗ୍ ସଦସ୍ୟମାନଙ୍କୁ ଜେରା କରିବ। ଶୁକ୍ରବାର ଏକ ମନି ଲଣ୍ଡରିଂ ମାମଲାରେ ଇକବାଲ କାସ୍କରକୁ ଫେବ୍ରୁଆରି ୨୪ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର