ଭଉଣୀ ସିଏ ପରୀକ୍ଷାରେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ୧୮ତମ ସ୍ଥାନରେ ରହିଛନ୍ତି ଭାଇ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭାଇ-ଭଉଣୀ ଯୋଡି କମାଲ କରିଛନ୍ତି। ଏଇ ଭାଇଭଉଣୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ଫାଇନାଲ ପରୀକ୍ଷାରେ ଉଭୟ ଭାଇ ଓ ଭଉଣୀ ସଫଳତା ହାସଲ କରିଛନ୍ତି । ଭଉଣୀ ସାରା ଦେଶରେ ସିଏ ପରୀକ୍ଷାରେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଭାଇ ୧୮ତମ ରାଙ୍କ ହାସଲ କରିଛନ୍ତି । ଏଭଳି ସଫଳତା ପାଇଁ ଭାଇ-ଭଉଣୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି।

ମଧ୍ୟପ୍ରଦେଶର ଏହି ଦୁଇ ଭାଇ ଓ ଭଉଣୀଙ୍କ ନାମ ହେଉଛି ନନ୍ଦିନୀ ଅଗ୍ରୱାଲ ଓ  ସଚିନ ଅଗ୍ରୱାଲ । ଉଭୟ ଭାଇଭଉଣୀ ପିଲା ବେଳୁ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ଆଉ ସାଙ୍ଗ ହୋଇ ସିଏ ପରୀକ୍ଷା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ ।

ପରୀକ୍ଷାରେ  ନନ୍ଦିନୀଙ୍କୁ ୮୦୦ରୁ ୬୧୪ ମାର୍କ ମିଳିଛି । ଉଭୟ ପ୍ରଥମ ପ୍ରୟାସରେ ହିଁ ଏହି ସଫଳତା ହାସଲ କରିଛନ୍ତି । ନନ୍ଦିନୀଙ୍କ କହିବାନୁସାରେ ସିଏ ପରୀକ୍ଷାରେ ପ୍ରସ୍ତୁତି ପାଇଁ ତାଙ୍କ ପରିବାର ତରଫରୁ ମଧ୍ୟ ତାଙ୍କୁ ସହଯୋଗ ମିଳୁଥିଲା ।

ନନ୍ଦିନୀ ଓ ସଚିନ ଉଭୟ ଏକ ମଧ୍ୟବିତ୍ତ ପରିବାରର ସନ୍ତାନ । ସେମାନଙ୍କ ବାପା ଇନକମ ଟ୍ୟାକ୍ସ କନସଲ୍ଟଟାଣ୍ଟ ଭାବେ କାମ କରୁଥିବା ବେଳେ ବେଳେ ମାଆ ଗୃହିଣୀ  । ଭାଇଭଉଣୀଙ୍କ ସଫଳତାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର