ମୋଦୀଙ୍କ ବିମାନକୁ ଆକାଶସୀମା ମନା କରିବା ପ୍ରସଙ୍ଗ : ପାକିସ୍ତାନକୁ ଜବାବ ମାଗିଲା ଆଇସିଏଓ

ନୂଆଦିଲ୍ଲୀ : ବାରମ୍ବାର ଅନୁରୋଧ ସତ୍ତ୍ୱେ ପାକିସ୍ତାନ ଭାରତୀୟ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବିମାନକୁ ନିଜର ଆକାଶପଥ ଛାଡୁନଥିବାରୁ ସେ ନେଇ ପାକିସ୍ତାନକୁ ଜବାବ ତଲବ କରିଛି ଜାତିସଂଘ ଅଧିନସ୍ଥ ସଂସ୍ଥା ଅନ୍ତର୍ଜାତୀୟ ବେସାମରିକ ବିମାନଚଳାଚଳ ସଂଗଠନ (ଆଇସିଏଓ) । ଏ ସଂପର୍କରେ ଭାରତର କରିଥିବା ଅଭିଯୋଗକୁ ଆଇସିଏଓର ପରିଷଦ ଅଧ୍ୟକ୍ଷ ଗ୍ରହଣ କରିଛନ୍ତି । ଏ ନେଇ ଜବାବ ଦାଖଲ କରିବାକୁ ପାକିସ୍ତାନ ସରକାରଙ୍କୁ କୁହାଯାଇଛି ବୋଲି ଆଇସିଏଓ ମହାସଚିବଙ୍କ ଅଫିସର ଯୋଗାଯୋଗ ଅଧିକାରୀ ଅନ୍ଥୋନୀ ଫିଲିପିନ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଯାତାୟାତ ଲାଗି ପାକିସ୍ତାନ ନିଜର ଆକାଶପଥରେ ଉଡାଣ ଅନୁମତି ଦେଉନଥିବାରୁ ଭାରତ ପାକିସ୍ତାନ ବିରୋଧରେ ‘ଇଣ୍ଟର୍ନ୍ୟାସ୍ନାଲ୍ ସିଭିଲ୍ ଏଭିଏସନ୍ ଅର୍ଗାନାଇଜେସନ୍’ (ଆଇସିଏଓ) ଅଭିଯୋଗ କରିଥିଲା । ସୋମବାର ଠାରୁ ଆରମ୍ଭ ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଉଦି ଆରବ ଗସ୍ତ ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଯିବା ଲାଗି ପାକିସ୍ତାନ ତା’ର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ଦେବ ନାହିଁ ବୋଲି ରବିବାର ଦିନ ଘୋଷଣା କରିଥିଲା।
ଦେଶ ଉପର ଦେଇ ଉଡ଼ିଯିବା ଲାଗି ଅନୁମତି ଲୋଡ଼ାଯାଏ ଏବଂ ଆଇସିଏଓର ଗାଇଡ୍ଲାଇନ୍ ଆଧାରରେ ଅନ୍ୟ ଦେଶମାନେ ଏଥିପାଇଁ ଅନୁମତି ଦିଅନ୍ତି। ପାକିସ୍ତାନ ଏହା ଅଗ୍ରାହ୍ୟ କରିଥିବାରୁ ଏ ଏହା ଆଇସିଏଓ ଗାଇଡଲାଇନ୍ସର ଉଲ୍ଲଙ୍ଘନ ବୋଲି ଭାରତ ଅଭିଯୋଗ କରିଥିଲା ।

ସମ୍ବନ୍ଧିତ ଖବର