କୋଲକାତା: ପାକିସ୍ତାନ ଆଇସିସି ଚାମ୍ପିୟନ ଟ୍ରଫି-୨୦୨୫ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ତେବେ ପାକିସ୍ତାନ ହାତରୁ ଏହି ଟ୍ରଫି ଆୟୋଜନ କରିବାର ଅଧିକାର ନ ମିଳିବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଏପରି ହେଲେ ଟିମ୍ ଇଣ୍ଡିଆକୁ ଆଉ ପାକିସ୍ତାନ ଗସ୍ତ କରିବାକୁ ପଡ଼ିବ ନାହିଁ। ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନ ଥିବାରୁ ବହୁ ବର୍ଷ ଧରି ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତରେ ଯାଇ ନାହିଁ। ଏହା ସହିତ ଦୂଇ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସିରିଜ ମଧ୍ୟ ଖେଳାଯାଇ ନାହିଁ।
କେବଳ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ଦୁଇଦେଶ ପରସ୍ପରକୁ ଭେଟୁଛନ୍ତି।

Advertisment

https://twitter.com/PCTforreal/status/1756976209001402758?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1756976209001402758%7Ctwgr%5Ecba74205b15fc71360af5f620aa35a0d96e0796f%7Ctwcon%5Es1_&ref_url=https%3A%2F%2Fhindi.news24online.com%2Fsports-news%2Ficc-champions-trophy-2025-pakistan-cricket-board-bcci-icc%2F620505%2F

ଶେଷଥର ପାଇଁ ଦୁଇଦେଶ ପରସ୍ପରକୁ ୨୦୨୩ ବିଶ୍ବକପରେ ପରସ୍ପରକୁ ଭେଟିଥିଲେ। ପୁଣି ଦୁଇ ଟିମ୍ ପରସ୍ପରକୁ ଟି-୨୦ ବିଶ୍ବକପରେ ଭେଟିବାକୁ ଯାଉଛନ୍ତି। ଆଇସିସି ଚାମ୍ପିୟନ ଟ୍ରଫି-୨୦୨୫ ଟ୍ରଫିରେ ଟିମ୍ ଇଣ୍ଡିଆର ପାକିସ୍ତାନ ଗସ୍ତ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ମଞ୍ଜୁରୀକୁ ଅପେକ୍ଷା କରିଛି।

ମିଡିଆ ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହରେ ଦୁବାଇରେ ହେବାକୁ ଥିବା ଆଇସିସିର ବୈଠକରେ ପିସିବିର ଅଧ୍ୟକ୍ଷ ମୋହସିନ ନକଭୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ନକଭୀ ବିସିସିଆଇର ସଚିବ ଜୟ ଶାହାଙ୍କ ସହ ଏହି ମଞ୍ଜୁରୀ ନେଇ ଆଲୋଚନା କରିବେ ବୋଲି କୁହାଯାଉଛି। ଟିମ୍ ଇଣ୍ଡିଆର ପାକିସ୍ତାନ ଗସ୍ତ ନେଇ ପିସିବି ଚାପ ପକାଇବାକୁ ଚେଷ୍ଟା କରୁଛି। କାରଣ ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ପାକିସ୍ତାନରେ ହେଲେ ଆର୍ଥିକ ଦୃଷ୍ଟିରୁ ପାକିସ୍ତାନର ଲାଭ ହେବ। ପ୍ରକୃତପକ୍ଷେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇ ପାରିବ ନାହିଁ।
ଏହା ପୂର୍ବରୁ ଏହି କାରଣରୁ ଏସିଆ କପ-୨୦୨୩ର ଆୟୋଜନର ଏକ ଚାଟିଆ ଅଧିକାର ପାକିସ୍ତାନ ହାତରୁ ପଳାଇ ଯାଇଥିଲା। ଫଳରେ ଏସିଆ କପ କିଛି ମ୍ୟାଚ୍ ପାକିସ୍ତାନ ଏବଂ ଅବଶିଷ୍ଟ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳା ଯାଇଥିଲା। ଟିମ୍ ଇଣ୍ଡିଆ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। ଟିମ୍ ଇଣ୍ଡିଆର ପାକିସ୍ତାନ ଗସ୍ତ
ଭାରତ ସରକାରଙ୍କ ଉପରେ ନିର୍ଭର କରୁଛି।