ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହ ଆଗାମୀ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩କୁ ଦୃଷ୍ଟିରେ ରଖି ବଲିଉଡ୍ର ପ୍ରଖ୍ୟାତ କିମ୍ବଦନ୍ତି ଅମିତାଭ ବଚ୍ଚନଙ୍କୁ ଆଜି (ମଙ୍ଗଳବାର) ସମ୍ମାନଜନକ ‘ଗୋଲେ୍ଡନ୍ ଟିକେଟ୍’ ପ୍ରଦାନ କରିଛନ୍ତି।
ଫଳରେ ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଅତୁଟ ଉତ୍ସାହ ପାଇଁ ଅମିତାଭ ବଚ୍ଚନଙ୍କୁ ଏକ୍ସକ୍ଲୁସିଭ୍ ଭିଆଇପି ଷ୍ଟାଣ୍ଡରୁ ସମସ୍ତ ମ୍ୟାଚ୍କୁ ସମ୍ପୂର୍ଣ୍ଣ ମାଗଣାରେ ଉପଭୋଗ କରିବାର ଆମନ୍ତ୍ରଣ ମିଳିଛି । ‘ଗୋଲେ୍ଡନ୍ ଟିକେଟ୍’ ପ୍ରାପ୍ତ ଅତିଥିଙ୍କୁ କେବଳ ଖେଳ ଉପଭୋଗ କରିବା ପାଇଁ ପ୍ରବେଶ ଅନୁମତି ପ୍ରଦାନ କରାଯିବ ନାହିଁ ବରଂ ତାଙ୍କୁ ସମ୍ମାନଜନକ ଭାବେ ଅନେକ ବିଳାସପୂର୍ଣ୍ଣ ସୁବିଧା ଲାଭର ସୁଯୋଗ ମଧ୍ୟ ପ୍ରଦାନ କରାଯିବ।
Golden ticket for our golden icons!
BCCI Honorary Secretary @JayShah had the privilege of presenting our golden ticket to none other than the "Superstar of the Millennium," Shri @SrBachchan.
A legendary actor and a devoted cricket enthusiast, Shri Bachchan's unwavering support… pic.twitter.com/CKqKTsQG2F
— BCCI (@BCCI) September 5, 2023
‘ବିସିସିଆଇ’ ପକ୍ଷରୁ ଏକ୍ସରେ ପୋଷ୍ଟ କହି କହାଯାଇଛି କି ସଚିବ ଜୟ ଶାହା ଅନ୍ୟ କାହାକୁ ନୁହେଁ, ବରଂ ‘ସୁପରଷ୍ଟାର ଅଫ୍ ଦି ମିଲେନିୟମ୍’ଙ୍କୁ ଗୋଲଡେନ୍ ଟିକେଟ୍ ପ୍ରଦାନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଜଣେ କିମ୍ବଦନ୍ତି ଅଭିନେତା ତଥା ଜଣେ ସମର୍ପିତ କ୍ରିକେଟପ୍ରେମୀ ଶ୍ରୀ ବଚ୍ଚନଙ୍କ କ୍ରିକେଟ ପ୍ରତି ଅତୁଟ ସମର୍ଥନ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି। ସେ ଆମ ସହ ଯୋଗ ଦେଇଥିବାରୁ ଆମେ ଆନନ୍ଦିତ ବୋଲି ବିସିସିଆଇ କହିଛି।
ଅନ୍ୟପକ୍ଷରେ ମଙ୍ଗଳବାର କ୍ୟାଣ୍ଡିରେ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି। ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଥିବା ଏହି ବହୁ ପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନକର୍ତ୍ତାମାନେ ସତର୍କତାର ସହ ୧୫ ଜଣିଆ ଶକ୍ତିଶାଳୀ ଦଳ ଚୟନ କରିଛନ୍ତି।