ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ: ଜାଣନ୍ତୁ କେବେ, କେଉଁଠି ହେବ ମ୍ୟାଚ?

ନୂଆଦିଲ୍ଲୀ: ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ପ୍ରକାଶ ପାଇଲା ସୂଚୀ । ଆଇସିସି ଆଜି ୩୧ ମ୍ୟାଚ ବିଶିଷ୍ଟ ଏହି କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ବିଶ୍ୱକପ ନ୍ୟୁଜିଲାଣ୍ଡରେ ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ଯାଏଁ ଖେଳାଯିବ । ଏହା ୧୨ ତମ ମହିଳା ବିଶ୍ୱକପ ସଂସ୍କରଣ ହେବ।

ନ୍ୟୁଜିଲାଣ୍ଡର ୬ଟି ସହରରେ ଏହି ବିଶ୍ୱକପ ଆୟୋଜନ ହେବ । ଅକଲାଣ୍ଡ, ଟୋରଙ୍ଗା, ହେମିଲଟନ, ୱିଲିଙ୍ଗଟନ, କ୍ରାଇଷ୍ଟଚର୍ଚ୍ଚ ଓ ଡୁନେଡିନ ଷ୍ଟାଡିୟମରେ ସବୁ ମ୍ୟାଚ ଅନୁଷ୍ଠିତ ହେବ । ନ୍ୟୁଜିଲାଣ୍ଡ ସହ ୱାଲିଫାୟାର ଦଳର ଉଦଘାଟନୀ ମ୍ୟାଚ ମାର୍ଚ୍ଚ ୪ ତାରିଖରେ ଟୋରଙ୍ଗାରେ ଅନୁଷ୍ଠିତ ହେବ ।

ସେହିପରି ଭାରତୀୟ ମହିଳା ଦଳ ମାର୍ଚ୍ଚ ୬ ତାରିଖରେ ଟୋରଙ୍ଗାଠାରେ ୱାଲିଫାୟାର ଦଳ ସହ ମ୍ୟାଚ ଖେଳି ନିଜ ଅଭିଯାନ ଆରମ୍ଭ କରିବ । ମାର୍ଚ୍ଚ ୧୦ ତାରିଖରେ ହାଲିମଟନଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ମୈଦାନକୁ ଓହ୍ଲାଇବ । ପୁଣି ମାର୍ଚ୍ଚ ୧୨ରେ ଏକ କ୍ୱାଲିଫାୟାର ମ୍ୟାଚ ଖେଳିବ ଭାରତ ।

୧୬ ମାର୍ଚ୍ଚକୁ ଭାରତୀୟ ମହିଳା ଦଳର ସାମ୍ନା ଇଂଲଣ୍ଡ ସହ ହେବ । ଗତ ବିଶ୍ୱକପରେ ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ବାଜି ମାରିନେଇଥିଲା ଇଂଲଣ୍ଡ । ଭାରତୀୟ ଟିମର ବାକି ମ୍ୟାଚ ୧୯ ମାର୍ଚ୍ଚରେ ଅଷ୍ଟ୍ରେଲିଆ, ୨୨ ମାର୍ଚ୍ଚରେ କ୍ୱାଲିଫାୟାର ଓ ୨୭ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଛି ।

ସମ୍ବନ୍ଧିତ ଖବର