ଆମେରିକାରେ ବରଫପାତ ଜାରି, ମୃତ୍ୟୁ ସଂଖ୍ୟା ୩୫ ଛୁଇଁଲା

ୱାସିଂଟନ୍‌: ଆମେରିକାରେ ଏବେ ଅସହ୍ୟ ଥଣ୍ଡା। ଯୋଗୁ ନାହିଁ ନଥିବା ସଙ୍କଟ ଉପୁଜିଛି। ବିଯୁକ୍ତ ୫୦ ଡିଗ୍ରିରେ ତାପମାତ୍ରା ପହଞ୍ଚିବା ପରେ ସବୁକିଛି ବରଫ ପାଲଟିଯାଉଛି। ଲୋକେ ଜୀବନ ବଞ୍ଚାଇବା ପାଇଁ ତ୍ରାହି ତ୍ରାହି ଡାକ ଛାଡ଼ିୁଛନ୍ତି। ପାଣି ଫୋଟକା ବି ବରଫ ହୋଇ ଯାଉଛି।‌ ଲୋକେ ବରଫକୁ ଗରମ ପାଣି ଛାଟୁଥିଲେ ମଧ୍ୟ ଏହା ଭୂମିରେ ପହଞ୍ଚିବାବେ‌ଳକୁ ବରଫ ପାଲଟି ଯାଉଛି। ଭୟଙ୍କର ମେରୁ ଝଡ଼ ‌ହେତୁ ଏବେ ଆମେରିକାରେ ୩୫ ଜଣ ଆଖି ବୁଜି ସାରିଲେଣି। ବରଫ ଝଡ଼ ଜାରି ରହିଥିବାରୁ କେତେକ ଅଂଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳୁନାହିଁ। ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି। କେତେକ ଅଂଚଳରେ ଏବେ ତାପମାତ୍ରା ମାଇନସ୍‌ ୫୬ ଡିଗ୍ରୀ ଅଛି। କେବଳ ସିକାଗୋରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ସିକାଗୋ ସହ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଏବେ ଗରମ ଆଶ୍ରୟସ୍ଥଳ ପ୍ରତିଷ୍ଠା ହୋଇଛି। ଗତ ୨୦ ବର୍ଷ ମଧ୍ୟରେ ଆାମେରିକାର ମଧ୍ୟପଶ୍ଚିମ ଏବଂ ଉତ୍ତରପୂର୍ବରେ ଏଭଳି ଥଣ୍ଡା ଅନୁଭୂତ ହୋଇନଥିଲା। ପ୍ରବଳ ବରଫ ଝଡ଼ ହେତୁ ୨, ୦୦୦ରୁ ଊର୍ଦ୍ଧ୍ବ ବିମାନ ବାତିଲ କରି ଦିଆଯାଇଛି।

ସମ୍ବନ୍ଧିତ ଖବର