ବିନା ଅର୍ଥ ଖର୍ଚ୍ଚରେ ଜାମ୍ମୁକାଶ୍ମୀରରେ ତିଆରି ହେଲା ବରଫର ତାଜମହଲ

ଶ୍ରୀନଗର: ଜାମ୍ମୁକାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଗୁଲମାର୍ଗରେ ଆଜିକାଲି ପର୍ଯ୍ୟଟକମାନେ ବରଫର ଆନନ୍ଦ ନେଉଛନ୍ତି। ଏଠାରେ ଏକ ବରଫର ତାଜମହଲ ନିର୍ମାଣ କରାଯାଇଛି, ଯାହା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ତେବେ ଏହି ତାଜମହଲ ଆଗ୍ରାରେ ଥିବା ତାଜମହଲ ଠାରୁ ଭିନ୍ନ ଅଟେ। ଏହାକୁ ଏକ ରିସର୍ଟର ସାମନାରେ ତିଆରି କରାଯାଇଛି। ହୋଟେଲ୍ ସଦସ୍ୟମାନେ ଏହାକୁ ଶୂନରୁ ବିଯୁକ୍ତ ୧୨ ଡିଗ୍ରି ତାପମାତ୍ରାରେ ୧୭ ଦିନ ପରିଶ୍ରମ କରି ବନାଇଛନ୍ତି।

ହୋଟେଲର ଜଣେ କର୍ମଚାରୀ କହିଛନ୍ତି, ବରଫରେ ତିଆରି ଏହି ତାଜମହଲ ୨୪ ଫୁଟ୍ ଓସାର ଓ ୧୬ ଫୁଟ୍ ଉଚ୍ଚତା ବିଶିଷ୍ଟ। ଏହାକୁ ତିଆରି କରିବାରେ ଟଙ୍କାଟିଏ ବି ଅର୍ଥ ଖର୍ଚ୍ଚ କରାଯାଇ ନାହିଁ। ଏହାକୁ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନେ ଏହି ସୁନ୍ଦର ସ୍ଥାନକୁ ସବୁଦିନ ମନେରଖନ୍ତୁ। ବହୁତ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି, ଏହା ସହିତ ଫଟୋ ଉଠାଇ ମଜା ନେଉଛନ୍ତି।

ଜଣେ ପର୍ଯ୍ୟଟକଙ୍କ ଅନୁସାରେ, ଏହା ଏକ ସୁରକ୍ଷିତ ସ୍ଥାନ। ଲୋକମାନଙ୍କୁ ଏଠାକୁ ଆସି କାଶ୍ମୀରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଉଚିତ। ଆମେ ବି ଏଠାରେ ବରଫ ତାଜମହଲ ସାମନାରେ ଫଟୋ ଉଠେଇଛୁ। ଆଉ ଜଣେ ପର୍ଯ୍ୟଟକଙ୍କ ଅନୁସାରେ, ମୁଁ ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀର ଆସିଛି। ମୁଁ ସ୍ନୋ କାଫେ ଦେଖିଲି ଓ ବରଫରେ ତିଆରି ତାଜମହଲ ସାମନାରେ ନିଜ ଫଟୋ ଉଠେଇଲି।

ସମ୍ବନ୍ଧିତ ଖବର