ନୂଆଦିଲ୍ଲୀ : ଭାରତରେ କୋରନା ମାମଲା ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ଅଧିକ ମାତ୍ରାରେ କରୋନା ପରୀକ୍ଷା କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଆଇସିଏମ୍ଆର (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ୍) ପକ୍ଷରୁ କୁହାଯାଇଛି। ପ୍ରଥମେ ଏପ୍ରିଲ ୫ ତାରିଖରେ ଭାରତରେ ରୢାପିଡ୍ ଟେଷ୍ଟିଂ କିଟ୍ ପହଞ୍ଚିବାର ଥିଲା କିନ୍ତୁ ପରେ ଏହା ଏପ୍ରିଲ ୧୦ ଏବଂ ୧୫କୁ ଘୁଞ୍ଚିଲା। ଭାରତ ଅର୍ଡର କରିଥିବା ଟେଷ୍ଟିଂ କିଟ୍ କେବେ ପହଞ୍ଚିବ ତାହା ଜଣାନଥିଲେ ମଧ୍ୟ ଭାରତରେ ଏବେ ଟେଷ୍ଟିଂ ବଢ଼ାଇବା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଆରଟି-ପିସିଆର ଟେଷ୍ଟ୍ ପରି ରୢାପିଡ୍ ଟେଷ୍ଟିଂ କିଟ୍ରେ ମଧ୍ୟ ୨୫-୩୦ ମିନିଟ୍ ମଧ୍ୟରେ ଟେଷ୍ଟ୍ ରିପୋର୍ଟ ମିଳିଯାଉଛି। ତେବେ ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିଲେ ମଧ୍ୟ ସରକାର କହିଛନ୍ତି, ଭାରତରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ତେବେ କିଛି ଅଞ୍ଚଳରେ ସୀମିତ ଗୋଷ୍ଠୀ ସଂକ୍ରମଣ ହୋଇଥିବା କୁହାଯାଇଛି।
ଭାରତରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ ହୋଇଥିବାବେଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଦ୍ବିତୀୟ ପର୍ଯ୍ୟାୟରେ ସଂକ୍ରମଣ ନଥିବା ସ୍ଥାନ ଉପରେ ଫୋକସ୍ କରାଯିବ। କୌଣସି ସଂକ୍ରମିତ ଅଞ୍ଚଳରେ ମାମଲା ଶୂନକୁ ଖସାଇବା ପାଇଁ ପ୍ରାୟ ୧ ମାସ ଲାଗିଯାଉଛି। ତେବେ ସଂକ୍ରମଣ ଥିବା କୌଣସି ସ୍ଥାନରେ ଯଦି ୨୮ ଦିନ ପର୍ଯ୍ୟନ୍ତ ନୂଆ ମାମଲା ନଆସେ ତେବେ ସେଠାରେ ସଂକ୍ରମଣର ଚେନ୍ ଭାଙ୍ଗିଛି ବୋଲି କୁହାଯିବ। ଦ୍ବିତୀୟ ପର୍ଯ୍ୟାୟରେ ସଂକ୍ରମଣର ଚେନ୍ ଭାଙ୍ଗିବା ଉପରେ ଏବଂ ସଂକ୍ରମଣ ନଥିବା ସ୍ଥାନ ଉପରେ ଫୋକସ୍ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତରେ ୨୫ଟି ଜିଲ୍ଲାରେ ପୂର୍ବରୁ କରୋନା ମାମଲା ବଢ଼ିଥିଲେ ମଧ୍ୟ ଗତ ୧୪ ଦିନ ମଧ୍ୟରେ ଏହି ସବୁ ଜିଲ୍ଲା ଗୁଡ଼ିକରେ ଗୋଟିଏ ବି ନୂଆ ମାମଲା ଆସିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/icmr-1586434032.jpg)