ନୂଆଦିଲ୍ଳୀ: ଦେଶର ପ୍ରଥମ କୋଭିଡ୍-୧୯ ପ୍ରତିଷେଧକ ଟୀକା କୋଭାସ୍କିନ୍ର ଖୁବ୍ ଶୀଘ୍ର ଡାକ୍ତରୀ ପରୀକ୍ଷଣ(କ୍ଲିନିକାଲ୍ ଟ୍ରାଏଲ୍) କରିବା ପାଇଁ ଭାରତ ବାୟୋଟେକ୍କୁ ଚିଠି ଲେଖି ଜଣାଇଛନ୍ତି ଆଇସିଏମ୍ଆର୍ ଡିଜି। ଆଇସିଏମ୍ଆର୍ ସହ ମିଳିତ ଭାବେ ହାଇଦ୍ରାବାଦସ୍ଥିତ କମ୍ପାନି ଭାରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ଶୀଘ୍ର ପରୀକ୍ଷଣ କରାଗଲେ ଅଗଷ୍ଟ ୧୫ ସୁଦ୍ଧା ଫଳାଫଳ ବାହାରିପାରେ ବୋଲି ଆଶା କରାଯାଉଛି। ୧୨ଟି ହସ୍ପିଟାଲ୍କୁ ଏହାର ପରୀକ୍ଷଣ ଅନୁମତି ଦେବାକୁ ଭାରତ ବାୟୋଟେକ୍କୁ ଆଇସିଏମ୍ଆର୍ ଡିଜି ଚିଠି ଜରିଆରେ ଜଣାଇଛନ୍ତି।
ଏ ନେଇ ଭାରତ ବାୟୋଟେକ୍ର ଅଧ୍ୟକ୍ଷ କହନ୍ତି, ‘ଯଦି କୋଭାସ୍କିନ୍ର ଡାକ୍ତରୀ ପରୀକ୍ଷଣ ସୁଫଳ ପ୍ରଦାନ କରେ ତେବେ ୨୦୨୧ ମସିହା ଆରମ୍ଭ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ।
Massive: @ICMRDELHI writes to 12 major hospitals asking them to grant emergency approval for clinical trials immediately for #COVAXIN by Bharat Biotech; says the govt will launch it latest by August 15 @NewIndianXpress @TheMornStandard pic.twitter.com/XvLLvX2K9k
— Sumi Dutta (@SumiSukanya) July 3, 2020
ଉଲ୍ଲେଖେଯୋଗ୍ୟ, ସମଗ୍ର ଦେଶରେ ୬୨୫୫୪୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୭୯୮୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୮୨୧୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୦,୯୦୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୭୪୩୯ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୩୭୯ ଜଣଙ୍କର ମୃତ୍ୟୁ ଘଟିଛି।
ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ୫୫ ହଜାରରୁ ଊର୍ଦ୍ଧ୍ବ ନୂତନ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ରିପୋର୍ଟ କରିଛି। ଏ ପର୍ଯ୍ୟନ୍ତ ଆମେରିକାର ଦୈନିକ ସଂକ୍ରମଣ ରିପୋର୍ଟରେ ଏହା ସର୍ବାଧିକ ବୋଲି ‘ରଏଟର୍’ ହିସାବରୁ ଜଣାପଡ଼ିଛି। ଗୁରୁବାର ବିଳମ୍ବିତ ରାତ୍ରି ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ନୂତନ ସଂକ୍ରମଣ ସଂଖ୍ୟା ୫୪, ୮୭୯ ଥିଲା। ଏହି ସଂଖ୍ୟା ଜୁନ୍ ୧୯ ତାରିଖ ଦିନ ବ୍ରାଜିଲ୍ରେ ହୋଇଥିବା ରେକର୍ଡ ସଂଖ୍ୟକ ସଂକ୍ରମଣ ୫୪, ୭୭୧କୁ ଟପିଯାଇଛି।