ଦେଶରେ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ରଣନୀତି ସଂଶୋଧନ କଲା ଆଇସିଏମ୍ଆର୍

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସୋମବାର କୋଭିଡ୍ -୧୯ ପରୀକ୍ଷା ପାଇଁ ଏହାର ରଣନୀତିକୁ ସଂଶୋଧନ କରିଛି | ସଂଶୋଧିତ ରଣନୀତିରେ ଗତ ୧୪ ଦିନ ମଧ୍ୟରେ ଅନ୍ତର୍ଜାତୀୟ ଭ୍ରମଣର ଇତିହାସ ସହିତ କରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି | ଏହା ସହ କୋଭିଡ -୧୯ ବିରୋଧରେ ଆଗ ଧାଡିରେ ରହି ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ ଥିବା ରୋଗୀଙ୍କର ପରୀକ୍ଷା କରାଯିବ ବୋଲି କୁହାଯାଇଛି ।

ନୂତନ ଆଇସିଏମଆର ପରୀକ୍ଷା ରଣନୀତି କହିଛି ଯେ, କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମଧ୍ୟ କରୋନାର କୌଣସି ଲକ୍ଷଣ ଦେଖାଉ ନଥିବା ଲୋକଙ୍କର ସଂସ୍ପର୍ଶରେ ଆସିବାର ପଞ୍ଚମ ଦିନ ଏବଂ ଦଶମ ଦିନରେ ଥରେ ପରୀକ୍ଷା କରାଯିବା ଉଚିତ୍ | କରୋନା ଲକ୍ଷଣ ଥିବା ରୋଗୀ ଏବଂ ଲକ୍ଷଣ ନଥିବା ଲୋକଙ୍କ ପାଖରେ ଇନ୍‌ଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଦେଖା ଗଲେ ସେମାନଙ୍କର ପରୀକ୍ଷା କରାଯିବ ଉଚିତ | ଗାଇଡଲାଇନରେ ଏହା ସ୍ପଷ୍ଟ ହୋଇଛି ଯେ ପରୀକ୍ଷା ଅଭାବରୁ କୌଣସି ଜରୁରୀକାଳୀନ ପ୍ରକ୍ରିୟା ବିଳମ୍ବ ହେବା ଉଚିତ ନୁହେଁ।

News updates from Hindustan Times: ICMR revises strategy for Covid ...
Hindustan Times

ଆଇସିଏମଆର ଶୁକ୍ରବାର ଦିନ କହିଥିଲା ଯେ, କୋଭିଡ -୧୯ ଚିହ୍ନଟ ପାଇଁ ଆରଟି- ପିସିଆର ପରୀକ୍ଷା ସଂଖ୍ୟା ଭାରତରେ ଦୁଇ ନିୟୁତ ଅତିକ୍ରମ କରିଛି। ଶୁକ୍ରବାର ପୂର୍ବାହ୍ନ ୯ଟା ସୁଦ୍ଧା ଦେଶରେ ମୋଟ ୨୦,୩୯,୯୫୨ ନମୁନା ପରୀକ୍ଷା କରାଯାଇଥିଲା | କୋଭିଡ-୧୯ ପାଇଁ ପରୀକ୍ଷା ଗତ ଦୁଇ ମାସ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ କ୍ଷମତା ଦିନକୁ ପ୍ରାୟ ଏକ ଲକ୍ଷ ପରୀକ୍ଷଣକୁ ବୃଦ୍ଧି ପାଇଛି | ଲକଡାଉନ ଆରମ୍ଭରୁ ପୁଣେରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଗୋଟିଏ ଲାବୋରେଟୋରୀରେ ପରୀକ୍ଷା କରାଯାଉଥିବା ବେଳେ ଏବେ ଆରଟି- ପିସିଆର ପରୀକ୍ଷା ବର୍ତ୍ତମାନ ୩୬୦ଟି ସରକାରୀ ଏବଂ ୧୪୭ଟି ଘରୋଇ ଲାବୋରେଟୋରୀରେ ପରୀକ୍ଷା ସୁବିଧା ଉପଲବ୍ଧ ଅଛି ବୋଲି ଆଇସିଏମଆର କହିଛି।

ସମ୍ବନ୍ଧିତ ଖବର