ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି । ଏହି କ୍ରମରେ ଅନ୍ୟ ଦେଶ ଭଳି ଭାରତରେ ବି ଟିକାର ମିଶ୍ରିତ ଡୋଜକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପରୀକ୍ଷାକୁ ନେଇ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଖୋରାକ ସର୍ବାଧିକ ପ୍ରଭାବଶାଳୀ । ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଥିବା ବେଳେ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ ।
Study on mixing & matching of COVID vaccines, Covaxin&Covishield shows better result: ICMR
Immunization with combination of an adenovirus vector platform-based vaccine followed by inactivated whole virus vaccine was not only safe but also elicited better immunogenicity: Study pic.twitter.com/wDVZ6Q2TvU
— ANI (@ANI) August 8, 2021
ବିଶେଷଜ୍ଞ କାର୍ଯ୍ୟ ସମିତି (ଏସଇସି) କିଛିଦିନ ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ପକାଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ସମୟରେ ଏସଇସି କହିଥିଲେ କି ଅନେକ ଦେଶ ଏବେ ତା’ର ନାଗରିକମାନଙ୍କୁ ମିଶ୍ରିତ କରୋନା ଟିକା ଦେଉଛି ଓ ତାହାର ପରିଣାମ ଭଲ ରହୁଛି । କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ଦିଆଯାଇଥିବା ଲୋକଙ୍କଠାରେ କୌଣସି ନକରାତ୍ମକ ପ୍ରଭାବ ଦେଖିବାକୁ ମିଳି ନାହିଁ ।