ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ (ଦଶମ) ଏବଂ ଆଇଏସସି ( ଦ୍ବାଦଶ) ପରୀକ୍ଷା ଫଳ । ଅପରାହ୍ନ ୩ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋର୍ଡର କ୍ୟାରିୟର ପୋର୍ଟାଲ, ୱେବସାଇଟ୍ ଏବଂ ଏସଏମଏସ ମାଧ୍ୟମରେ ଛାତ୍ର-ଛାତ୍ରୀମାନେ ନିଜର ପରୀକ୍ଷା ଫଳ ପାଇ ପାରିବେ । ଛାତ୍ର-ଛାତ୍ରୀମାନେ କ୍ୟାରିୟର ପୋର୍ଟାଲରେ ଲଗ ଇନ କରିବା ପାଇଁ ସ୍କୁଲର ପ୍ରିନ୍ସିପାଲଙ୍କ ଲଗ ଇନ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ପାରିବେ । ଏ ନେଇ ପ୍ରଥମେ କ୍ୟାରିୟର ପୋର୍ଟାଲରେ ଲଗ ଇନ କରି ଏଗଜାମିନେସନ ସିଷ୍ଟମ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ମେନ୍ୟୁ ବାରରେ ଆଇସିଏସଇ ଫଳାଫଳ ଚାହୁଁଥିଲେ ଆଇସିଏସଇ ବିକଳ୍ପ ଏବଂ ଆଇଏସସି ଫଳାଫଳ ଚାହୁଁଥିଲେ ଆଇଏସସି ଉପରେ କ୍ଲିକ୍ କରନ୍ତୁ । ଏହା ପ‌ରେ ରିପୋର୍ଟ ଉପରେ କ୍ଲିକ୍ କରନ୍ତୁ । ରିପୋର୍ଟ ଉପରେ କ୍ଲିକ୍ କରିବା ପରେ ରେଜଲ୍ଟ ଟାବୁଲେସନ ଉପରେ କ୍ଲିକ୍ କରି ନିଜର ଫଳାଫଳ ଦେଖିପାରିବେ ।

ସେହିଭଳି ଛାତ୍ର-ଛାତ୍ରୀମାନେ www.cisce.org www.results.cisce.org ୱେବସାଇଟ ଉପରେ କ୍ଲିକ୍ କରି ନିଜର ଫଳାଫଳ ପାଇପାରିବେ । ଏସଏମଏସ ଜରିଆରେ ପରୀକ୍ଷା ଫଳାଫଳ ପାଇବା ପାଇଁ ହେଲେ ଆଇସିଏସଇ ଛାତ୍ର-ଛାତ୍ରୀମାନଙ୍କୁ ମେସେଜ ବକ୍ସରେ ଆଇସିଏସଇ ସହ ୭ ଟିକିଆ ୟୁନିକ୍ ଆଇଡି ନମ୍ବର ଟାଇପ କରିବାକୁ ହେବ । ସେହିଭଳି ଆଇଏସସି ଛାତ୍ର-ଛାତ୍ରୀମାନଙ୍କୁ ମେସେଜ ବକ୍ସରେ ଆଇଏସସି ସହ ୭ଟିକିଆ ୟୁନିକ୍ ଆଇଡି ନମ୍ବର ଟାଇପ କରିବାକୁ ହେବ । ଏହା ପରେ ମେସେଜଟିକୁ ୦୯୨୪୮୦୮୨୮୮୩ ନମ୍ବରରେ ପଠାଇବାକୁ ହେବ । ଏହା ପରେ ଛାତ୍ର-ଛାତ୍ରୀମାନେ ନିଜ ପରୀକ୍ଷାର ଫଳାଫଳ ପାଇ ପାରିବେ ।

ଯଦି କୌଣସି ଛାତ୍ର-ଛାତ୍ରୀ ପୁନଃ ମୂଲ୍ୟାଙ୍କନ କରିବା ପାଇଁ ଚାହୁଁଥିବେ, ତେବେ ସେମାନେ www.cisce.org ୱେବସାଇଟରେ ଆବେଦନ କରି ପାରିବେ । ଆଇସିଏସଇ ଏବଂ ଆଇଏସସି ଛାତ୍ର-ଛାତ୍ରୀଙ୍କ ପାଇଁ ପୁନଃ ମୂଲ୍ୟାଙ୍କନ ରାଶି ୧,୦୦୦ଟଙ୍କା ରଖାଯାଇଛି ।

ସମ୍ବନ୍ଧିତ ଖବର