ନୂଆଦିଲ୍ଲୀ: ବୁଧବାର ପ୍ରକାଶ ପାଇଛି ଆଇଏସସି, ଆଇସିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଆଇଏସସିରେ ୯୯ ଦଶମିକ ୦୯ ପ୍ରତିଶତ ପାସ୍ । ଆଇସିଏସଇ ୯୯ ଦଶମିକ ୦୨ ପ୍ରତିଶତ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୁଣି ଥରେ ପୁଅଙ୍କୁ ପଛରେ ପକାଇ ଆଗରେ ଝିଅ ।
ଆଇସିଏସଇରେ ଛାତ୍ରୀଙ୍କ ପାସ ହାର ୯୯ ଦଶମିକ ୩୭ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୯୮ ଦଶମିକ ୮୪ ପ୍ରତିଶତ ରହିଛି । ଆଇଏସସିରେ ଝିଅଙ୍କ ପାସ ହାର ୯୯ ଦଶମିକ ୪୫ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୯୮ ଦଶିମକ ୬୪ ପ୍ରତିଶତ ରହିଛି ।
ଆଇସିଏସଇରେ ଛାତ୍ରଛାତ୍ରୀମାନେ ୬୭ ବିଷୟରେ ଲିଖିତ ପରୀକ୍ଷା ଦେଇଥିବା ବେଳେ ଆଇଏସସିରେ ପିଲାମାନେ ୪୭ ବିଷୟରେ ଲିଖିତ ପରୀକ୍ଷା ଦେଇଛନ୍ତି । ମୋଟ ଉପରେ ଅଢେଇ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/30/Vg0k60nWMmxRH4xAND1A.jpg)