ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: ଆଇଏସ୍‌ସିର ୨ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖି ହୋଇଛନ୍ତି ଟପ୍ପର

ନୂଆଦିଲ୍ଲୀ: ମଙ୍ଗଳବାର  ଆଇସିଏସଇ ବୋର୍ଡର ଦଶମ ଓ ଦ୍ୱାଦଶ  ଶ୍ରେଣୀ (ଆଇଏସସି) ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ ଛାତ୍ରଛାତ୍ରୀମାନେ cisce.org  ଲଗଇନ୍ କରି ଦେଖି ପାରୁଛନ୍ତି। ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କୁ ସିଆଇଏସ୍‌ସିଇ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଜରିଆରେ ବି ଫଳାଫଳ ଜଣାଇ ଦିଆଯାଉଛି।

ମୁମ୍ବାଇର ଆଇସିଏସ୍‌ଇର ଦଶମ ଶ୍ରେଣୀ ଛାତ୍ର ୯୯.୬୦ ପ୍ରତିଶତ ରଖି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ସେହିପରି କୋଲକାତାର ଦିଓ୍ଵାଙ୍ଗ କୁମାର ଅଗ୍ରଓ୍ଵାଲ୍‌ ଓ ବେଙ୍ଗାଲୁରର ବିଭା ସ୍ୱାମୀନାଥନ ଦ୍ୱାଦଶ ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନରେ ରହିଛନ୍ତି। ଆଇଏସ୍‌ସି ବୋର୍ଡରେ ୧୦୦ ପ୍ରତିଶତ ନମ୍ବର ରଖିବାରେ ଏହି ଦୁଇ ଛାତ୍ର ହେଉଛନ୍ତି ପ୍ରଥମ।

ଆଇଏସ୍‌ସି ପରୀକ୍ଷା ଫେବ୍ରୁଆରି ୪ରୁ ଆରମ୍ଭ ହୋଇ ମାର୍ଚ ୨୫ ପର୍ଯ୍ୟନ୍ତ ଚାଲିଥିଲା। ସେହିପରି ଆଇସିଏସଇ ଦଶମ ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୫ରେ ଶେଷ ହୋଇଥିଲା।

ଚଳିତବର୍ଷ ୯୮.୫୪ ପ୍ରତିଶତ ଆଇସିଏସଇ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ଓ ଆଇଏସ୍‌ସିର ପାସ୍‌ ହାର ରହିଛି ୯୬.୫୨ ପ୍ରତିଶତ। ପରୀକ୍ଷାରେ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନେ ବେଶି ଭଲ କରିଛନ୍ତି।

ସମ୍ବନ୍ଧିତ ଖବର