ସିବିଏସଇ ପରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କଲା ଆଇସିଏସଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଛି | ଏହା ପୂର୍ବରୁ ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କରିଥିଲା | ଆଇସିଏସଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନେଇଥିବା ନିଷ୍ପତ୍ତି ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ସମଗ୍ର ଦେଶରେ କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସରକାରଙ୍କଠାରୁ ଜବାବ ମାଗିଥିଲେ।

The exam season | Deccan Herald
Deccan Herald

ଏହାର ଜବାବ ରଖି ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଅଦାଲତକଙ୍କୁ କହିଛନ୍ତି ସଲିସିଟର ଜେନେରାଲ୍ ତୁଷାର ମେହତା | ବର୍ତ୍ତମାନ ପରୀକ୍ଷାକୁ ବାତିଲ କରାଯାଇଥିଲେ ମଧ୍ୟ ପରେ ପରୀକ୍ଷା କରାଇବା ପାଇଁ ଆଇସିଏସଇ ରାଜି ନଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର