ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପବିତ୍ର ରମଜାନ ମାସର ପ୍ରାର୍ଥନା ଏବଂ ଉପବାସ ପରେ ଆସୁଥିବା ଇଦ-ଉଲ-ଫିତର ପାଇଁ ବିଦେଶରେ ବାସକରୁଥିବା ଭାରତୀୟଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା । ଏହି ପର୍ବ ପ୍ରେମ, ଶାନ୍ତି, ଭାତୃତ୍ଵ ଏବଂ ଏକତାର ନିଦର୍ଶନ । ଏହି ଅବସରରେ ଆମେ ସମାଜର ସବୁଠାରୁ ଦୁର୍ବଳଙ୍କ ପ୍ରତି ଯତ୍ନବାନ ହେବା ନେଇ ଆମର ବିଶ୍ଵାସକୁ ସୁନିଶ୍ଚିତ କରିଥାଉ ।

ଆମେ କୋଭିଡ-୧୯ ଭୂତାଣୁ ଦ୍ଵାରା ସୃଷ୍ଟି ହୋଇଥିବା ସଙ୍କଟର ସମ୍ମୁଖୀନ ହେଉଛୁ, ତେଣୁ ଚାଲନ୍ତୁ ଆମେ ଆମର ପ୍ରଦାନ କରିବାର ଜିଜ୍ଞାସାକୁ ଅଧିକ ଜୋରଦାର କରିବା । ଆସନ୍ତୁ ଏହି ସଂକଟପୂର୍ଣ୍ଣ ଆହ୍ଵାନକୁ ଦୂରେଇବା ପାଇଁ ସାମାଜିକ ଦୂରତା ନିୟମ ଏବଂ ଅନ୍ୟ ସମସ୍ତ ସତର୍କତା ପାଳନ କରିବାର ଶପଥ ନେବା ।

ଏହି ଇଦ-ଉଲ-ଫିତର ବିଶ୍ଵରେ ଦୟା, ପରୋପକାର ଏବଂ ପ୍ରେମର ପଥପ୍ରଦର୍ଶକ ହେଉ ।

ସମ୍ବନ୍ଧିତ ଖବର