ନ୍ୟୁୟର୍କ : ଆମେରିକାରେ ବାତ୍ୟା ଇଡା ଯୋଗୁଁ ଆତଙ୍କ ଖେଳି ଯାଇଛି। ବାତ୍ୟା ପ୍ରଭାବରେ ଅତି ପ୍ରବଳ ବର୍ଷା ଯୋଗୁଁ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତର ପଶ୍ଚିମ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନ୍ୟୁୟର୍କ ସହରରେ ଅଚାନକ ବନ୍ୟା ଆସିଛି। ରାସ୍ତାଗୁଡ଼ିକରେ ବନ୍ୟା ଜଳ ଛୁଇଟିଛି। ନ୍ୟୁୟର୍କ ସହର ଏବଂ ନ୍ୟୁଜର୍ସିରେ ଗତକାଲିଠାରୁ ଏମର୍ଜେନ୍ସି ଘୋଷଣା ହୋଇଛି। କେବଳ ନ୍ୟୁଜର୍ସିରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଇଡା ଯୋଗୁଁ ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ୨୦୧୨ ମସିହାର ବାତ୍ୟା ସାଣ୍ଡି ପାଇଁ ନ୍ୟୁୟର୍କ ସହରରେ ଯେଉଁ ସ୍ଥିତି ଉପୁଜିଥିଲା ଏବେ ମଧ୍ୟ ସେଭଳି ବିଭୀଷିକା ଦେଖାଦେଇଛି। ସହରର ସମସ୍ତ ପ୍ରମୁଖ ରାସ୍ତା ବନ୍ଦ ରହିଛି। ଶତାଧିକ ବିମାନ ବାତିଲ ହୋଇଛି। ନ୍ୟୁୟର୍କ, ନ୍ୟୁଜର୍ସି ଏବଂ ପେନସିଲଭାନିଆରେ ୪୯,୦୦୦ ଘରେ ବିଜୁଳି ନାହିଁ। ନ୍ୟୁୟର୍କ ଗଭର୍ଣ୍ଣର କାଥି ହୋଚୁଲ କହିଛନ୍ତି, ଜଳମଗ୍ନ ଅଂଚଳରେ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି।
ଆମେରିକାରେ ‘ଇଡା’ ପ୍ରକୋପ ଜାରି, ପ୍ରବଳ ବର୍ଷାରେ ୪୬ ମୃତ
/sambad/media/post_attachments/wp-content/uploads/2021/09/newyork.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)