ଏକା ଦିନ ଏକା ସମୟରେ ଦୁଇ ପିଲାଙ୍କୁ ଜନ୍ମ ଦେଲେ ଯାଆଁଳା ଭଉଣୀ

ନୂଆଦିଲ୍ଲୀ: ବିରଳ ଓ ଆଶ୍ଚର୍ଯ୍ୟକର। ଦୁଇ ଯଆଁଳା ଭଉଣୀ ଏକା ଦିନେ, ଏକା ସମୟରେ ଦୁଇ ପିଲାଙ୍କୁ ଜନ୍ମ ଦେଇ ଥିବା କଥା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ୩୫ ବର୍ଷୀୟା ଏହି ଦୁଇ ଭଉଣୀ ଜୁନ୍‌ ୩୦ ତାରିଖ ରାତି ୧.୧୮ ମିନିଟ୍‌ରେ ତାଙ୍କର ଦୁଇ ନବଜାତ ପିଲାଙ୍କୁ ସଂସାରକୁ ସ୍ୱାଗତ କରିଛନ୍ତି।

ଦୁଇ ଜଣଙ୍କ ଭିତରେ ଜଣେ ଭଉଣୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଆର ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ତେବେ, ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇ ଏହି ଦୁଇ ମହିଳା କହିଛନ୍ତ ଯେ ସେମାନେ କୌଣସି ଯୋଜନା କରି ଅନ୍ତସତ୍ୱା ହୋଇ ନ ଥିଲେ କିମ୍ବା କୌଣସି ଯୋଜନା କରି ଗୋଟିଏ ଦିନରେ ପିଲା ଜନ୍ମ କରିବା ନିଷ୍ପତ୍ତି ନେଇ ନ ଥିଲେ। ଏହା ଏକ ସଂଯୋଗ ମାତ୍ର।

ପ୍ରଥମେ ଅନ୍ତସତ୍ୱା ହେବା ଦିନ ଜଣେ ଭଉଣୀ ଆର ଭଉଣୀକୁ ଜଣାଇବାର ମାତ୍ର ୧୧ ମିନିଟ୍‌ ପରେ ଅନ୍ୟ ଜଣକ ଭଉଣୀ ମଧ୍ୟ ତାଙ୍କୁ ସମାନ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର