ନୂଆଦିଲ୍ଲୀ: ବିଜେପି ଏବଂ ଆରଏସଏସର ଆଦର୍ଶ ଦେଶ ଭାଙ୍ଗୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କର୍ଣ୍ଣାଟକର ବଲ୍ଲାରୀରେ ଏକ ଜନସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି। ତାଙ୍କ କହିବା ମୁତାବକ, ଆମେ ଏହି ଯାତ୍ରାକୁ 'ଭାରତ ଯୋଡୋ ଯାତ୍ରା' ନାମରେ ନାମିତ କରିଛୁ କାରଣ ହଜାର ହଜାର ଲୋକ ଅନୁଭବ କରୁଛନ୍ତି ଯେ ବିଜେପି / ଆରଏସଏସର ଆଦର୍ଶ ଦେଶ ଭାଙ୍ଗୁଛି।
Why are 2.5 lakh govt posts vacant in Karnataka?...If you want to be Police Sub-Inspector you can be one by paying Rs 80 Lakhs. If you have money, you can buy a govt job in K'taka. If you don't have money, you can stay unemployed all your life: Congress MP Rahul Gandhi in Ballari pic.twitter.com/QosOJiD5XL
— ANI (@ANI) October 15, 2022
ସେ ଆହୁରି କହିଛନ୍ତି ଯେ, ୪୫ବର୍ଷ ମଧ୍ୟରେ ଏବେ ଭାରତରେ ସର୍ବାଧିକ ବେକାରୀ ସମସ୍ୟା ଦେଖାଦେଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ପ୍ରତିବର୍ଷ ୨କୋଟି ଯୁବପିଢ଼ିଙ୍କୁ ରୋଜଗାର ଯୋଗାଇ ଦେବେ। ସେହି ଚାକିରି କୁଆଡେ ଗଲା? ଚାକିରି ମିଳିବା ବଦଳରେ କୋଟି କୋଟି ଯୁବକ ବେକାର ହୋଇଯାଇଛନ୍ତି। କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦବୀ ଖାଲି କାହିଁକି? ଯଦି ଆପଣ ପୁଲିସ୍ ସବ୍-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ଲକ୍ଷ ଟଙ୍କା ଦେଇ ସବ୍-ଇନ୍ସପେକ୍ଟର ହୋଇପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ କର୍ଣ୍ଣାଟକରେ ଏକ ସରକାରୀ ଚାକିରି କିଣିପାରିବେ। ଯଦି ଆପଣ ପାଖରେ ଟଙ୍କା ନାହିଁ, ତେବେ ଆପଣ ସାରା ଜୀବନ ବେକାର ହୋଇ ରହିଯିବେ।