ଥିରୁବନନ୍ତପୁରମ୍ : କେରଳରେ ଦେଖା ଦେଇଛି ବର୍ଷାର ତାଣ୍ଡବ । ବର୍ଷା ବିତ୍ପାତ ହେତୁ କେରଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଲଗାଣ ବର୍ଷା ହେତୁ କେରଳରେ ଥିବା ଇଦୁକି ଡ଼୍ୟାମ୍ର ସ୍ଲୁଇସ୍ ଗେଟ୍ ୨୬ବର୍ଷ ପରେ ଖୋଲା ଯାଇଥିବା ଜଣାପଡ଼ିଛି । ଡ୍ୟାମ୍ରେ ପାଣିର ପରିମାଣ ଅଧିକ ହେବାରୁ ସରକାର ଏହି ନିଷ୍ପତ୍ତିି ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି । ଏହା ସହ ଏହା ଦ୍ୱାରା ଯେମିତି ଲୋକମାନଙ୍କର କୌଣସି କ୍ଷତି ନ ହୁଏ ସେଥି ପାଇଁ ଡ଼୍ୟାମ୍ ପାଖରେ ରହୁଥିବା ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆ ଯାଇଥିବା ସୂଚନା ମିଳିଛି । ଲୋକମାନଙ୍କ ଉଦ୍ଧାରକାର୍ଯ୍ୟ ପାଇଁ ସରକାର ସାମରିକ ବାହିନୀର ସାହାଯ୍ୟ ନେଇଛନ୍ତି। ଲଗାଣ ବର୍ଷା ହେତୁ ୨୪ଘଣ୍ଟା ମଧ୍ୟରେ ୨୨ଜଣ ପ୍ରାଣ ହରାଇ ସାରିଥିବା ବେଳେ ଏହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
/sambad/media/post_attachments/wp-content/uploads/2018/08/keralarains-759-300x167.jpeg)
୪୫ବର୍ଷ ପୁରୁଣା ଇଦୁକି ଡ଼୍ୟାମ୍ର ଜଳସ୍ତର କେବେ ହେଲେ ଏତେ ହୋଇ ନଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ହେବା କେରଳବାସୀଙ୍କୁ ଚିନ୍ତାରେ ପକାଇଛି । ଏହି ବର୍ଷାରେ ପାଖା ପାଖି ୧,୦୦୦ରୁ ଅଧିକ ଘରଭାଙ୍ଗି ଯାଇଛି । କେରଳର ୬ଟି ଜିଲ୍ଲାରେ ସ୍କୁଲ କଲେଜକୁ ବନ୍ଦ କରି ଦିଆଯିବା ସହ ପହାଡ଼ିଆ ଅଞ୍ଚଳରେ ଯାତାୟତ କରିବା ପାଇଁ ବାରଣ କରାଯାଇଛି ।