ଛତିଶଗଡ଼ରେ ପୁଣି ମାତିଲେ ନକ୍ସଲ,ଆଇଇଡି ବିସ୍ଫୋରଣରେ ସିଆରପିଏଫ ଯବାନ ଆହତ

ରାୟପୁର : ନିର୍ବାଚନ ସମୟରେ ଛତିଶଗଡ଼ରେ ନକ୍ସଲମାନେ ସକ୍ରିୟ ହୋଇଯାଇଛନ୍ତି । ଗତ କାଲି ଆଇଇଡି ବିସ୍ଫୋରଣ କରି ଜଣେ ବିଜେପି ବିଧାୟକଙ୍କ ସମେତ ମୋଟ ୫ ଜଣଙ୍କୁ ମାରିବା ପରେ ଆଜି ପୁଣି ଆଇଡି ବିସ୍ଫୋରଣ ଘଟାଇଛନ୍ତି । ଛତିଶଗଡର ଗଡଚିରୋଲି ଜିଲ୍ଲା ଏଟ୍ଟାପାଲ୍ଲିଠାରେ ଏହି ଆଇଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହେଲିକାପ୍ଟର ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି ।

ଗତ କାଲି ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ବିସ୍ଫୋରଣ କରିବା ଫଳରେ ବିଜେପି ବିଧାୟକ ଭୀମା ମଣ୍ଡାଭୀ ନିହତ ହୋଇଥିଲେ । ଏହା ସହିତ ତାଙ୍କ ସହିତ ଥିବା ୪ ଜଣ ଯବାନ ସହିଦ ହୋଇଥିଲେ । ବିଧାୟକ ଭୀମା ମଣ୍ଡାଭୀଙ୍କ ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା ।

ସମ୍ବନ୍ଧିତ ଖବର