ଜମ୍ମୁ ଓ କଶ୍ମୀର:ବିସ୍ଫୋରଣରେ ୪ ପୁଲିସ ମୃତ, ୨ ଗୁରୁତର

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କ ଦ୍ୱାରା ଜମ୍ମୁ ଓ କଶ୍ମୀର ବାରମୂଳା ଜିଲ୍ଲାର ସପୋର ଠାରେ ଖଞ୍ଜାଯାଇଥିିବା ଏକ ଇମ୍ପ୍ରୋଭାଇଜଡ୍‌ ଏକ୍ସ୍‍ପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣରେ ୪ ଜଣ ପୁଲିସ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ୪ ଜଣ ପୁଲିସଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଦୋଦାର ଏଏସଆଇ ଏରଶାଦ, କୁପଓ୍ଵାରାର ଏମ ଅମିନ,ଓ ସପୋରର ଗୁଲାମ ନବୀ। ୪ର୍ଥ ଜଣଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଏହି ବିସ୍ଫୋରଣ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ମୃତାହତ ପୁଲିସ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର