ରାସ୍ତା ନ ଥିବାରୁ ହସ୍ପିଟାଲ୍‌କୁ ଭାରରେ ବୁହା ହୋଇ ଯାଉଥିବା ବେଳେ ରୋଗୀଙ୍କ ପ୍ରାଣ ଗଲା

ଭୁପାଲପାଲି: ତେଲେଙ୍ଗାନାର ଭୁପାଲପାଲି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରାସ୍ତା ନଥିବାରୁ ଜଣେ ୫୦ ବର୍ଷିଅ ରୋଗୀକୁ ଭାରରେ ବୋହି ନେଉଥିବା ବେଳେ ଅଧା ବାଟରେ ରୋଗୀଙ୍କର ମୃତ୍ୟୁ ଘଟିଛି। ରବିବାର ଏହି ଘଟଣାଟି ଘଟିଥିବା ବେଳେ ସୋମବାର ଚର୍ଚ୍ଚା ପାଲଟିଛି। ଏକ ଦୁର୍ଗମ ଅଞ୍ଚଳରେ ରହୁଥିବା ଯୋଗ୍ୟା ଅସୁସ୍ଥ ହୋଇପଡ଼ିବାରୁ ରାସ୍ତା ନଥିବାରୁ ତାଙ୍କ ଗାଁ ଲୋକେ ତାଙ୍କୁ ଏକ ଭାରାରେ ବୋହି ଘରଠାରୁ ୮ କି.ମି. ଦୂରତାରେ ଥିବା ହସ୍ପିଟାଲ୍‌କୁ ନେଉଥିଲେ। ମାତ୍ର ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ରିପୋର୍ଟ ଅନୁଯାୟୀ, ଯୋଗ୍ୟା ପ୍ରାୟ ୧ ମାସରୁ ଊର୍ଧ୍ୱ ହେବ ଅସୁସ୍ଥ ଥିଲେ। ଗତ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟ ଟିକେ ଅଧିକ ଖରାପ ହୋଇଗଲା। ସେ ଅତ୍ୟଧିକ ଅସୁସ୍ଥ ହୋଇପଡ଼ିବାରୁ ଗ୍ରାମବାସୀମାନେ ତାଙ୍କୁ ଭାରରେ ବୋହି ହସ୍ପିଟାଲ୍‌ ନେଉଥିଲେ। କାତ୍ର ହସ୍ପିଟାଲ୍‌ରେ ପହଞ୍ଚିବା ପୂର୍ବରୁ ଯୋଗ୍ୟାଙ୍କର ମୃତ୍ୟୁ ଘଟିଥିଲା।

ତେବେ, ଗୁଠି କୋଆ ଆଦିବାସୀମାନେ ବେଅାଇନ ଭାବେ ଉକ୍ତ ଜଙ୍ଗଲ ଅଞ୍ଚଳରେ ରହୁଛନ୍ତି ଯେଉଁଠାରେ କି ହସ୍ପିଟାଲ୍‌ ସୁବିଧା ନାହିଁ। ଏହା ସେମାନଙ୍କ ଭୁଲ୍‌ ବୋଲି ସରକାରୀ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର