ଇଞ୍ଜିନିୟରଙ୍କ ଠାରୁ ସିକ୍ୟୁରିଟି ଗାର୍ଡ ଚାକିରି ଛଡ଼ାଇ ନେବା ପରେ ବିମାନବନ୍ଦରରେ ବୋମା ରଖି ପ୍ରତିଶୋଧ ନେଲେ

ନୂଆଦିଲ୍ଲୀ: ଲୋକଙ୍କ ଭିତରେ ପ୍ରତିଶୋଧର ଭାବନା ଯେତେବେଳେ ଜନ୍ମ ନେଇଥାଏ ସେତେବେଳେ ସେମାନେ ଏମିତି କିିଛି କରି ଥାଆନ୍ତି ଯେଉଁଥିପାଇଁ ତାଙ୍କୁ ସାରାଜୀବନ ପସ୍ତେଇବାକୁ ପଡ଼ିଥାଏ। ଏଥିସହିତ ତାଙ୍କୁ ଦଣ୍ଡ ବି ମିଳିଥାଏ। ଏମିତି ଏକ ଘଟଣା କର୍ଣ୍ଣାଟକର ଜଣେ ଇଞ୍ଜିନିୟରଙ୍କ ସହିତ ଘଟିଛି। ଗାର୍ଡ ଚାକିରିରୁ ବରଖାସ୍ତ ହେବାରୁ ସେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କର୍ଣ୍ଣାଟକର ମାଙ୍ଗଲୋର ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ରଖିଥିଲେ।

ମାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ରଖିବା ଅଭିଯୋଗରେ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଥିଲା। ଅଭିଯୁକ୍ତର  ନାମ ଆଦିତ୍ୟ ରାଓ ବୋଲି କୁହାଯାଉଛି। ଗିରଫ ପରେ ଜଣାପଡ଼ିଲା ଅଭିଯୁକ୍ତ ଆଦିତ୍ୟ ରାଓ ପେସାରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଏମବିଏ ପାଠ ବି ପଢ଼ିଛନ୍ତି।

इंजीनियर से छिन गई गार्ड की नौकरी, एयरपोर्ट पर बम रखकर लिया बदला
aajtak

ମାଙ୍ଗଲୋର ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତ ସୋମବାର ସକାଳ ପାଖାପାଖି ୮ଟା ବାଜି ୪୫ମିନିଟ୍‌ରେ ସିଆଇଏସ୍‌ଏଫ୍‌ ଟିମ୍‌କୁ ଏକ ବ୍ୟାଗ୍‌ ମିଳିଥିଲା। ଏହି ବ୍ୟାଗରେ କମ୍‌ ତୀବ୍ରତା ଥିବା ଆଇଇଡି ବୋମା ଜବତ କରାଯିବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରି ଦିଆଯାଇଥିଲା ଏବଂ ସନ୍ଦିଗ୍ଧଙ୍କୁ ଖୋଜିବା ଆରମ୍ଭ କରିଥିଲା ପୁଲିସ।

କିଛିସମୟ ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରି ଅଭିଯୁକ୍ତ ଆଦିତ୍ୟ ରାଓ ନିଜ ଦୋଷ ସ୍ୱୀକାର କରି କହିଥିଲେ, ସେ ଏସବୁ  ପ୍ରତିଶୋଧ ନେବା ପାଇଁ କରିଥିଲେ। କାରଣ ସେ ଯେଉଁଠାରେ ସୁରକ୍ଷାକର୍ମୀ ଚାକିରି କରୁଥିଲେ ସେଠାରୁ ତାଙ୍କୁ ବାହାର କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର