ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ସୋମବାର ଦିନ ପୁଲିସ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କରିଦେଇଛି। ବସନ୍ତଗଡ଼ ଅଞ୍ଚଳରୁ ଆଇଇଡି ପରି ଏକ ସାମଗ୍ରୀ ଜବତ ହୋଇଛି। ଏହାର ଓଜନ ପାଖାପାଖି ୧୫ କିଲୋଗ୍ରାମ ହେବ। ଏଥିସହ ୩୦୦-୪୦୦ ଗ୍ରାମ ଆରଡିଏକ୍ସ, ୭ଟି ୭.୬୨ ଏମଏମ କାଟ୍ରିଜ ଏବଂ ୫ଟି ଡିଟୋନେଟର ଜବତ ହୋଇଛି। ଜମ୍ମୁ ଜୋନ୍ ଏଡିଜି ମୁକେଶ ସିଂହ ଆଜି ଏନେଇ ସ୍ପଷ୍ଟ କରିଛନ୍ତି। ଏହାବାଦ ପୁଲିସ ମଧ୍ୟ ଆତଙ୍କବାଦୀ ଗୋଷ୍ଠୀ ଏଲ୍ଇଟିର ସଙ୍କେତ ଥିବା ଏକ କାଗଜ ପାଇଛି। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏନେଇ ବସନ୍ତଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp