ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଯଦି ଆମ ଆଦମୀ ପାର୍ଟି (ଆପ୍) ବିଜୟୀ ନ ହୁଏ ତେବେ ଦିଲ୍ଲୀରେ ମାଗଣା ବିଜୁଳି ବନ୍ଦ ହୋଇଯିବ ।
ତାଙ୍କ ଜେଲ ଦିନକୁ ମନେ ପକାଇ ସେ କହିଛନ୍ତି, ମୋତେ ଜେଲରେ ଅଲଗା ରଖାଯାଇଥିଲା। ମାନସିକ ସ୍ତରରେ ଏହା ଅତ୍ୟନ୍ତ କଷ୍ଟକର। ମୁଁ ଓଜନ ହ୍ରାସ କଲି । ମୋତେ ଇନସୁଲିନ୍ ପାଇଁ କୋର୍ଟ ଯିବାକୁ ପଡ଼ିଥିଲା। ଜେଲରେ ଥିବା ୧୭୭ ଦିନ ବହୁତ କଷ୍ଟକର ଥିଲା । ଏବିପି ନ୍ୟୁଜ ସହ ଏକ ସ୍ୱତନ୍ତ୍ର କଥାବାର୍ତ୍ତାରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଯଦି ଆମ୍ ଆଦମୀ ପାର୍ଟି ଜିତିନଥାଏ ତେବେ ଦିଲ୍ଲୀରେ ମାଗଣା ବିଜୁଳି ବନ୍ଦ ହୋଇଯିବ ।
କେଜ୍ରିଓ୍ଵାଲ କହିଛନ୍ତି, ମୋ ପାଖରେ କ୍ଷମତା ଅଛି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଦିଲ୍ଲୀ ସ୍କୁଲରେ ପଢୁଥିବା ପିଲାଙ୍କର କ'ଣ ହେବ । ଦିଲ୍ଲୀରେ ମାଗଣା ବିଜୁଳିର କଣ ହେବ ? ମାଗଣା ବିଜୁଳି ଦେବା କେଉଁଠି ଭୁଲ? ବିଶ୍ୱର ବଡ ବଡ ଦେଶ ମାଗଣା ଶିକ୍ଷା ଦେଉଛନ୍ତି, ମୁଁ ମଧ୍ୟ ଦେଉଛି । ଏହା ହେଉଛି ରାଷ୍ଟ୍ର ନିର୍ମାଣ।

"ଯେତେବେଳେ ମୁଁ ଜେଲରେ ଥିଲି ସେତେବେଳେ ମୁଁ ମୋ ପିତାମାତାଙ୍କୁ ମନେ ପକାଉଥିଲି । ମୁଁ ସାରା ଦିନ ସେଲ୍ ରେ ଏକୁଟିଆ ଥିଲି। ମୋର ଔଷଧ ୧୫-୨୦ ଦିନ ପାଇଁ ବନ୍ଦ ହୋଇଗଲା | ତା'ପରେ ଆମକୁ କୋର୍ଟ ଯିବାକୁ ପଡ଼ିଲା। କୋର୍ଟ ଡାକ୍ତରଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଥିଲେ। ଭଗବତ ଗୀତା ମୋତେ ସହାୟକ ହୋଇଥିଲା । ମୁଁ ଗୀତାକୁ ଅନେକ ଥର ପଢ଼ିଛି।