ନ୍ୟୁୟର୍କ: ଆସନ୍ତା ନଭେମ୍ବର ୩ ତାରିଖ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ତଥା ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଯଦି ବିଜୟ ଲାଭ କରନ୍ତି, ତେବେ ଚୀନ୍ ଆମେରିକାକୁ କିଣିନେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆକ୍ଷେପ କରି କହିଛନ୍ତି। ବାଇଡେନ୍ ତାଙ୍କ ପ୍ରାର୍ଥିତ୍ବ ଗ୍ରହଣ ଅଭିଭାଷଣରେ ଚୀନ୍ ସମ୍ପର୍କରେ ପଦଟିଏ ବି ଉଚ୍ଚାରଣ କରିନଥିବାରୁ ଟ୍ରମ୍ପ୍ ଏପରି ଆଶଙ୍କା ବ୍ୟକ୍ତ କରିଥିବା କହିଛନ୍ତି। ସେହିପରି ଗୁଇନ୍ଦା ରିପୋର୍ଟ ଅନୁସାରେ ବାଇଡେନ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଇଚ୍ଛା ପ୍ରକଟ କରୁଥିବା ସ୍ପଷ୍ଟ ହୋଇଛି। ସୁତରାଂ ଆମେରିକାର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ଲାଗି ଲୋକେ କେବେ ବି ତାଙ୍କୁ ହରାଇବେନି ବୋଲି ଟ୍ରମ୍ପ୍ ଆଶାବାଦୀ ଥିବା କହିଛନ୍ତି। ଅପରପକ୍ଷେ, ଆମେରିକାକୁ ଭାଗ ଭାଗ କରିବାରେ ଅଧିକ ସମୟ ବିତାଉଥିବା ବାଇଡେନ୍ଙ୍କ ଭଳି ଜଣେ ଡେମୋକ୍ରାଟ୍ କେବେ ବି ଦେଶକୁ ଚଳାଇ ପାରିବେନି ବୋଲି ସେ କହିଛନ୍ତି। ତେବେ ସର୍ବୋପରି ଦେଶବାସୀଙ୍କ ପାଇଁ ଏବେ ଡେମୋକ୍ରାଟ୍ ଦଳର ବିଦ୍ବେଷ ଓ ଘୃଣାକୁ ପ୍ରତ୍ୟାଖ୍ୟାନ କରିବାର ସମୟ ଆସିଛି ବୋଲି ଟ୍ରମ୍ପ୍ ଆହ୍ବାନ କରିଛନ୍ତି।
ବାଇଡେନ୍ ଜିତିଲେ ଚୀନ୍ ଆମେରିକାକୁ କିଣିନେବ: ଟ୍ରମ୍ପ୍
/sambad/media/post_attachments/wp-content/uploads/2020/07/trump1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)