ଗୁଜୁରାଟରେ ପଦ୍ମ ଫୁଟିଲେ ଭାଙ୍ଗିବ ପଶ୍ଚିମବଙ୍ଗର ଏହି ରେକର୍ଡ

ଅହମ୍ମଦାବାଦ: ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିବାବେଳେ ଆସନ୍ତା ୮ ତାରିଖରେ ଏହାର ଫଳାଫଳ ଆସିବ | ତେବେ ଅନେକ ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ବିଜେପି ଏଥର ଗୁଜୁରାଟରେ ନିଜର ରେକର୍ଡ ଭାଙ୍ଗି ରାଜନୈତିକ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଗୁଜୁରାଟରେ ବିଜେପି ସରକାର ଗଠନ ହେବା ସହିତ ପଶ୍ଚିମବଙ୍ଗରେ ବାମପନ୍ଥୀ ଦଳର ଦୀର୍ଘତମ କାର୍ଯ୍ୟକାଳର ରେକର୍ଡ ମଧ୍ୟ ଭାଙ୍ଗିଯିବ। ଗତ ୨୭ ବର୍ଷ ଧରି ଗୁଜୁରାଟରେ ବିଜେପି କ୍ଷମତାରେ ଅଛି ଏବଂ ଏଥର ମଧ୍ୟ ସରକାର ଗଠନ ହେବ ବୋଲି ଏକଜିଟ୍ ପୋଲରେ କୁହାଯାଉଛି | ଏକଜିଟ୍ ପୋଲ୍ ଆକଳନ ଅନୁଯାୟୀ ଯଦି ଗୁଜୁରାଟରେ ଯଦି ବିଜେପି ସରକାର ଗଠନ ହୁଏ, ତେବେ ପଶ୍ଚିମବଙ୍ଗରେ ବାମପନ୍ଥୀ ଦଳର ରେକର୍ଡ ସହିତ ବିଜେପି ମେଳ ଖାଇବ। ସୂଚନା ଥାଉ କି ପଶ୍ଚିମବଙ୍ଗରେ ୧୯୭୭ ବିଧାନସଭା ନିର୍ବାଚନରେ ​​ବାମପନ୍ଥୀ ଦଳ ପ୍ରଥମ ଥର ପାଇଁ ନିର୍ବାଚନ ଜିତିଥିଲେ |

ଆଉ ଏହା ପରେ ଲଗାତାର ସାତଥର ଜିତି ଦଳ ପଶ୍ଚିମବଙ୍ଗରେ ସରକାର ଗଠନ କରିଥିଲା। ୨୦୧୧ ବିଧାନସଭା ନିର୍ବାଚନରେ ​​ବାମ ଦଳକୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ସେବେଠାରୁ ମମତାଙ୍କ ସରକାର ସେଠାରେ ରହିଛି | ଉଲ୍ଲେଖ ଥାଉ କି ଗୁଜୁରାଟରେ ମୋଟ ୧୮୨ଟି ଆସନ ମଧ୍ୟରୁ ୧୩୧ଟି ଆସନରେ ବିଜେପି ବିଜୟୀ ହେବ। କଂଗ୍ରେସ ଏବଂ ଏହାର ମେଣ୍ଟ ୪୧ଟି ଆସନରେ ଜିତିବାକୁ ଥିବାବେଳେ ଆପ୍‌ ତୃତୀୟ ସ୍ଥାନରେ ୧୦ଟି ଆସନ ଭିତରେ ରହିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନର ହାରାହାରି ସଂଖ୍ୟା (ପୋଲ୍‌ ଅଫ୍‌ ଦି ପୋଲ୍ସ) ଦର୍ଶାଇଛି। ଗତଥର ତୁଳନାରେ ବିଜେପି ଗୁଜରାଟରେ ଅଧିକ ଆସନରେ ଜିତିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର