ସଂସଦରେ କହିବା ମୋ ଅଧିକାର, ଆଶା କରୁଛି ଆସନ୍ତାକାଲି ମୋତେ କହିବାକୁ ଦିଆଯିବ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ତାଙ୍କ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଗୁରୁବାର ଦିନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସେ ସଂସଦରେ ନିଜର ବୟାନ ରଖିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଏଥିପାଇଁ ଅନୁମତି ଦେବେ ନାହିଁ । ଯଦି ଦେଶରେ ଗଣତନ୍ତ୍ର ଅଛି, ତେବେ ଆସନ୍ତା କାଲି ତାଙ୍କୁ ନିଶ୍ଚୟ କହିବାକୁ ଦିଆଯିବ ।

ଆମ ସରକାର ଗୃହରେ ବିରୋଧୀଙ୍କ କୌଣସି ଚିନ୍ତାଧାରା ଉପରେ ଆଲୋଚନା କରିବାକୁ ଅନୁମତି ଦିଅନ୍ତି ନାହିଁ। ଅନେକ ଥର ଯେତେବେଳେ ମୁଁ ସଂସଦରେ ଭାଷଣ ଦେବା ପାଇଁ ଠିଆ ହେଲି, ମୋର ମାଇକ୍ ବନ୍ଦ କରିଦିଆଯାଇଥିଲା । ଏହା ସେହି ଭାରତ ନୁହେଁ ଯେଉଁଥିରେ ଆମେ ସମସ୍ତେ ଅଭ୍ୟସ୍ତ ଥିଲୁ ।

ଆଜି ମୁଁ ବାଚସ୍ପତିଙ୍କୁ କହିଥିଲି ଯେ ମୁଁ ସଂସଦରେ କହିବାକୁ ଚାହୁଁଛି। ସରକାରଙ୍କ ଚାରି ଜଣ ମନ୍ତ୍ରୀ ମୋ ଉପରେ ଅଭିଯୋଗ ଆଣିଛନ୍ତି, ତେଣୁ ମୋର ମଧ୍ୟ ସ୍ପଷ୍ଟୀକରଣ ଦେବାର ଅଧିକାର ଅଛି । ଆଜି ମୁଁ ପହଞ୍ଚିବାର ଗୋଟିଏ ମିନିଟ୍ ମଧ୍ୟରେ ସଂସଦ ମୁଲତବୀ ହୋଇଯାଇଥିଲା । ଆସନ୍ତାକାଲି ମୋତେ କହିବାକୁ ମିଳିବ ବୋଲି ଆଶା କରୁଛି ।

ପ୍ରଧାନମନ୍ତ୍ରୀ ଏବଂ ଆଦାନୀଜୀଙ୍କ ବିଷୟରେ ମୁଁ ଯାହା କହିଥିଲି ତାହା ସମ୍ପୂର୍ଣ୍ଣ ଭାବେ ପଦାରେ ପଡ଼ିଛି। ଏହା ହେଉଛି ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ରଣକୌଶଳ । ମୋତେ ଯେ ସଂସଦରେ ଭାଷଣ ଦେବାକୁ ଅନୁମତି ଦିଆଯିବ, ତାହାକୁ ନେଇ ମୁଁ ସନ୍ଦିହାନ ଅଛି । ମୁଁ ଜଣେ ସାଂସଦ, ମୋର ପ୍ରଥମ ଦାୟିତ୍ୱ ସଂସଦରେ କହିବା ।

ସମ୍ବନ୍ଧିତ ଖବର