ଅମୃତସର : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଯଦି ପଞ୍ଜାବରେ ଭଲ ପ୍ରଦର୍ଶନ ନକରେ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ। ରାଜ୍ୟରେ କଂଗ୍ରେସର ବିଜୟ ଏବଂ ପରାଜୟ ପାଇଁ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଦାୟୀ ରହିବେ। ଅମରିନ୍ଦର ନିଜେ ମଧ୍ୟ ଏଥିପାଇଁ ଦାୟୀ ରହିବେ ବୋଲି କହିଛନ୍ତି। ଚଳିତ ନିର୍ବାଚନ ପାଇଁ କଂଗ୍ରେସର ସମସ୍ତ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଉତ୍ତରଦାୟୀ ରଖିବାପାଇଁ ପାର୍ଟି ହାଇକମାଣ୍ଡ୍ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପଞ୍ଜାବରେ କଂଗ୍ରେସ ସବୁ ଆସନରେ ନିର୍ବାଚନ ଜିତିବ ବୋଲି ଅମରିନ୍ଦର ଦୃଢ଼ୋକ୍ତି ବାଢ଼ିଛନ୍ତି।
ପଞ୍ଜାବରେ କଂଗ୍ରେସ ହାରିଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବି: ଅମରିନ୍ଦର
/sambad/media/post_attachments/wp-content/uploads/2019/05/amarinder-singh-panjab.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)