ମୋଦୀଜୀଙ୍କ ଗାଡ଼ି ଆଗରେ ଶୋଇବାକୁ ପଡ଼ିଲେ ବି ଶୋଇପଡ଼ିବି; କାହିଁକି ଏଭଳି କହିଲେ ଓୱେସୀ

ଅହମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାମ ଏବେ ଜୋରସୋରରେ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏମଧ୍ୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମଧ୍ୟ ଗୁଜୁରାଟରେ ପହଞ୍ଚିଛନ୍ତି। ଗୁଜରାଟ ଯାଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ବିବୃତି ଦେଇଛନ୍ତି। ଗୁଜରାଟର ଜମାଲପୁରରେ ଏକ ବନ୍ଦ କାରଖାନା ଖୋଲିବାକୁ ଦାବି କରି ଓୱେସୀ କହିଛନ୍ତି ଯେ, କାରଖାନା ଖୋଲିବାକୁ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର ଆଗରେ ଶୋଇବାକୁ ପଡିବ ତେବେ ଆମେ ଶୋଇବୁ।

ଗୁଜରାଟରେ ଏକ ସମାବେଶକୁ ସମ୍ବୋଧିତ କରି ଓୱେସୀ କହିଛନ୍ତି, “ଏଠାରେ କାରଖାନା ବନ୍ଦ ରହିଛି। ସେମାନଙ୍କୁ ୫ବର୍ଷର ଅବଧି ମିଳିଛି। ଗୁଜରାଟରେ କେଉଁ କପଡା କାରଖାନା ଖୋଲାଯାଇଛି ମୋତେ କୁହନ୍ତୁ। ଜମାଲପୁରର ଲୋକଙ୍କ କାରଖାନା ଖୋଲିବା ପାଇଁ ଯଦି ମୋତେ ଏବଂ ସବୀର କବଲିୱାଲାଙ୍କୁ ନରେନ୍ଦ୍ର ମୋଦୀଙ୍କ କାର ଆଗରେ ଶୋଇବାକୁ ପଡେ, ତେବେ ଆମେ ଶୋଇବୁ। କିନ୍ତୁ ଜମାଲପୁର ପାଇଁ ନ୍ୟାୟ ଆଣିକି ହି ରହିବୁ”। ସବୀର କବଲିୱାଲା ହେଉଛନ୍ତି ଏଆଇଏମଆଇଏମ ଗୁଜୁରାଟର ସଭାପତି।

କଂଗ୍ରେସ ଓ ଆପକୁ ଟାର୍ଗେଟ କରି ଓୱେସୀ କହିଛନ୍ତି ଯେ, କଂଗ୍ରେସ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ବିଜେପି ସହ ଆମର ଗଠବନ୍ଧନ ହୋଇଥିବାର ଗୁଜବ ପ୍ରଚାର କରୁଛନ୍ତି। କଂଗ୍ରେସ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହୁଛନ୍ତି ଯେ, ମୁଁ ବିଜେପି ସହ କଥା ହୋଇଛି। କିନ୍ତୁ ଯଦି ଜମାଲପୁରର କାରଖାନା ଖୋଲିବାକୁ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପଡେ, ତେବେ ଆମେ ତାହା ନିଶ୍ଚୟ କରିବୁ।

 

ସମ୍ବନ୍ଧିତ ଖବର