ଭାରତର ଏହି ଯୋଜନା ସଫଳ ହେଲେ ପାକିସ୍ତାନ ଉତ୍ତର-କୋରିଆ ପରି ଏକ କାଙ୍ଗାଳ ଦେଶ ହୋଇଯିବ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଏକ ବଡ଼ଧରଣର କୂଟନୈତିକ ଓ ଅର୍ଥନୈତିକ ଅଭିଯାନ ଆରମ୍ଭ କରିଛି । ବିଶେଷକରି ପାକିସ୍ତାନକୁ ଏଫଏଟିଏଫ କଳାତାଲିକାଭୁକ୍ତ କରିବାକୁ ଭାରତ ଉଦ୍ୟମ କରୁଛି । ପ୍ୟାରିସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ସମ୍ମିଳନୀରେ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟ ବିରୋଧରେ ପ୍ରମାଣ ରଖିବାକୁ ଭାରତ ସରକାର ବିଭିନ୍ନ ତଥ୍ୟପ୍ରମାଣ ଦାଖଲ କରିବାକୁ ଯାଉଛି । ପାକିସ୍ତାନ ଯଦି ଏଫଏଟିଏଫର କଳାତାଲିକାରେ ଅନ୍ତର୍ଭୁକ୍ତ ହୁଏ, ତେବେ ପାକିସ୍ତାନ ଉତ୍ତର-କୋରିଆ ପରି ଏକ କାଙ୍ଗାଳ ଦେଶ ହୋଇଯିବ, ତାକୁ କେହି ଋଣ ଦେବେ ନାହିଁ ।

ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ଏହାର କାରଣ ହେଉଛି ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉ ଥିବାରୁ କୌଣସି ବହୁରାଷ୍ଟ୍ରୀୟ ସଂସ୍ଥା ତାହାକୁ ଋଣ ଦେବାକୁ ରାଜି ହେଉନାହାନ୍ତି । ଆତଙ୍କବାଦୀମାନଙ୍କୁ ଅର୍ଥଯୋଗାଉଥିବା ଯୋଗୁଁ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା ଗ୍ରେ (ଧୂଷର) ତାଲିକାଭୁକ୍ତ ହୋଇଛି । ଏହା ଯୋଗୁଁ ପାକିସ୍ତାନକୁ କୌଣସି ବିଦେଶୀ ପୁଞ୍ଜି ଆସୁନାହିଁ । ଗତ ବର୍ଷ ପାକିସ୍ତାନ ଗ୍ରସ୍ତରେ ଆସିଥିବା ଏଫଏଟିଏଫର ପ୍ରତିନିଧି ମଣ୍ଡଳ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ଯଦି ଆତଙ୍କବାଦୀ ପାଣ୍ଠିଯୋଗାଣ ବାବଦରେ କଠୋର ପଦକ୍ଷେପ ନ ନିଏ, ତେବେ ବାଧ୍ୟ ହୋଇ ତାହାକୁ କଳା ତାଲିକାଭୁକ୍ତ କରାଯିବ । ଏହାର ଫାଇଦା ନେବାକୁ ଯାଉଛି ଭାରତ ।

ସମ୍ବନ୍ଧିତ ଖବର