କେବଳ ଜରୁରୀ ମାମଲାର ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ : କେବଳ ଜରୁରୀ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ବମ୍ବେ ହାଇକୋର୍ଟ ଓକିଲମାନଙ୍କୁ ସତର୍କ କରାଇଦେଇଛନ୍ତି । ଯଦି ସେମାନେ ଅଣଜରୁରୀ ମାମଲାଗୁଡ଼ିକର ତାଲିକାଭୁକ୍ତ କରିବେ ତେବେ ସେମାନଙ୍କ ଉପରେ ଜରିମାନା ଲଗାଯିବ ଅଥବା ସେମାନଙ୍କ ମାମଲାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯିବ ବୋଲି କୋର୍ଟ କହିଛନ୍ତି ।

କରୋନା ମହାମାରୀ ପାଇଁ ବମ୍ବେ ହାଇକୋର୍ଟର କାର୍ଯ୍ୟ ସମୟକୁ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଅର୍ଥାତ ମାତ୍ର ୩ ଘଣ୍ଟାରେ ସୀମିତ ରଖାଯାଇଛି । ହାଇକୋର୍ଟର କେତେକ କର୍ମଚାରୀ ସଂକ୍ରମିତ ହେବା ପରେ ହାଇକୋର୍ଟ ଏବେ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରୁଛି । ଏଣୁ କେବଳ ଜରୁରୀ ମାମଲାର ଶୁଣାଣି କରାଯିବାକୁ କୋର୍ଟ ପୂର୍ବରୁ କହିଥିଲେ । କିନ୍ତୁ ଏହି ସୀମିତ ସମୟରେ ବି ଓକିଲମାନେ ଅଣଜରୁରୀ ମାମଲାଗୁଡ଼ିକ ତାଲିକାଭୁକ୍ତ କରୁଥିବାରୁ ହାଇକୋର୍ଟ କ୍ଷୁବଧ ହୋଇଛନ୍ତି । ଏଥିପାଇଁ ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରି ଶୁଣାଣି କେବଳ ଜରୁରୀ ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ନ କଲେ ବଡ଼ ପରିମାଣର ଜୋରିମାନା ଲଗାଯିବ କିମ୍ବା ମାମଲାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯିବ ବୋଲି କୋର୍ଟ ସତର୍କ କରାଇଦେଇଛନ୍ତି ।

ସମ୍ବନ୍ଧିତ ଖବର